Home ରାଜ୍ୟସ୍ଵାମୀ ବିବେକାନନ୍ଦ କ୍ରିକେଟ କପ ଟୁର୍ନାମେଣ୍ଟ (ଏସଭିସିସି), ଘରଧରା ଉଦଯାପିତ l

ସ୍ଵାମୀ ବିବେକାନନ୍ଦ କ୍ରିକେଟ କପ ଟୁର୍ନାମେଣ୍ଟ (ଏସଭିସିସି), ଘରଧରା ଉଦଯାପିତ l

by Maraguda Express
0 comments
ନୂଆପଡା -୧୩/୩- ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୯ ତମ ସ୍ୱାମୀ ବିବେକାନନ୍ଦ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି l ଗତ ୫ ମାର୍ଚ୍ଚ ୨୦୨୬ ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହୋଇଥିବା ବେଳେ ୧୨ ମାର୍ଚ୍ଚ ୨୬ ଦିନ, ଆଠ ଦିନ ବ୍ୟାପି ଚାଲିଥିବା କ୍ରିକେଟ ପ୍ରତିଯୋଗିତା ମହାସମାରୋହ ରେ ଉଦଯାପିତ ହୋଇଯାଇଛି l ଏହି ଟୁର୍ନାମେଣ୍ଟ ଚନ୍ଦ୍ର ସରାଫ ଏବଂ ଚନ୍ଦନ ବେହେରା ଙ୍କ ନେତୃତ୍ୱରେ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ପ୍ରାର୍ଥୀ କମଲ ଚରଣ ତାଣ୍ଡି,ସ୍ଥାନୀୟ ସରପଞ୍ଚ ଆଲ୍ଲାଦିନି ବେହେରା ଅତିଥି ଭାବେ ମଞ୍ଚାସିନ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ଖେଳ ଭୋଜପୁର ଓ ସିକୁଆଁ ଦଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭୋଜପୁର ଦଳ ନିର୍ଦ୍ଧାରିତ ୧୨ ଓଭର ବ୍ୟାଟିଂ କରି ୧୦୩ ରନ ସଂଗ୍ରହ କରିଥିଲା। ଜବାବରେ ସିକୁଆଁ ଦଲ ସମସ୍ତ ୱିକେଟ ହରାଇ ୫୧ ରନ ସଂଗ୍ରହ କରି ଦ୍ଵିତୀୟ ସ୍ଥାନରେ ରହି ରନର୍ସ ଅପ୍ ହୋଇଥିଲା। ଭୋଜପୁର ଦଲ ଚମ୍ପିୟାନ ହୋଇଥିଲେ। ଫାଇନାଲ ମ୍ୟାଚରେ ଆମ୍ପାୟର ଭାବେ ବସନ୍ତ କୁମାର ଶବର ଓ ଚୁଡାମଣି ଶବର ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରିଙ୍ଗ ଦାୟିତ୍ୱରେ ଯୌତୀଶ ବେହେରା, ଏବଂ SVCC କର୍ମକର୍ତ୍ତା, ସୁଦନ ବେହେରା, ସାଗର ବେହେରା, ଅଶ୍ୱନୀ ଶବର, ସଂଜିପ ଶବର, ପୃଥ୍ୱୀରାଜ ଶବର,ରାକେଶ ଶବର, କାହ୍ନl ଗହୀର, ନିରାକାର ବେହେରା,ବୁଦ୍ଧଦେବ ଶବର,ତହସିଲ ବେହେରା, ତୁଷାର ବେହେରା, ସୁନୀଲ ହରିଜନ, ଦୀପକ ବନ୍ଦୀଛୋର ଶାଗର ବେହେରା, ଭୁଜରାଜ ହରିଜନ,ଚୋଡ଼ଗଙ୍ଗ ଶବର ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳ ର ସମସ୍ତ କ୍ରିକେଟ ପ୍ରେମୀ ଏବଂ ସ୍ଥାନୀୟ ଲୋକେ ଖେଳ କୁ ଉପଭୋଗ କରିଥିଲେ l ଅଞ୍ଚଳ ର ୧୬ଖଣ୍ଡ ଗ୍ରାମରୁ ୧୬ଗୋଟି ଦଳ ଯୋଗଦାନ କରିଥିଲେ । ବିଜୟୀ ଦଲକୁ ୩୦ ହଜାର ସହ ଟ୍ରଫି ଓ ଉପ ବିଜେତା ଦଲ କୁ ୨୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha