Home ରାଜ୍ୟଖରିଆର ରୋଡ୍‌ ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ।

ଖରିଆର ରୋଡ୍‌ ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ।

by Maraguda Express
0 comments
ନୂଆପଡ଼ା -୧୧/୦୪- ନୂଆପଡ଼ା ଜିଲ୍ଲାର ଖରିଆର ରୋଡ୍‌ ସ୍ଥିତ ପାଳ ରେଷ୍ଟୁରାଣ୍ଟ ରେ ଘରୋଇ ଏଲପିଜି ସିଲିଣ୍ଡର କୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ଅବୈଧ ବ୍ୟବହାର କରାଯାଉଥିବା ଅଭିଯୋଗ ଉପରେ ଯୋଗାଣ ବିଭାଗର ଇନଫୋର୍ସମେଣ୍ଟ ସ୍କୁଆର୍ଡ ଦ୍ୱାରା ଚଢ଼ାଉ କରାଯାଇଥିଲା।
ଏହି ଚଢ଼ାଉ ସମୟରେ ଏହି ରେଷ୍ଟୁରାଣ୍ଟ ଠାରୁ ମୋଟ ୪ ଗୋଟି ଘରୋଇ ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ନୂଆପଡ଼ା ଏସିଏସଓ (ମୁଖ୍ୟାଳୟ)  ପୂର୍ଣ୍ଣାଶା ଭୋଇ, ସଦର ଏସିଏସଓ ହୃଷିକେଶ ନାଏକ ଏବଂ ନୂଆପଡ଼ା ବ୍ଲକ୍‌ ଯୋଗାଣ ନିରୀକ୍ଷକ ଶ୍ରୀମତୀ ସୁଭଶ୍ରୀ ଦାସ ଏହି ସ୍କ୍ୱାର୍ଡରେ ସାମିଲ ରହି ଯାଞ୍ଚ କାର୍ଯ୍ୟ କରିଥିଲେ।
ଯାଞ୍ଚ ସମୟରେ ରେଷ୍ଟୁରାଣ୍ଟ ମାଳିକଙ୍କ ଦ୍ୱାରା ଘରୋଇ ଏଲପିଜି ସିଲିଣ୍ଡରକୁ ବାଣିଜ୍ୟିକ କାମରେ ବ୍ୟବହାର କରାଯାଉଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା। ନିୟମ ଉଲ୍ଲଂଘନ ହେବାରୁ ସେଗୁଡ଼ିକୁ ଜବତ କରାଯାଇଛି ଏବଂ ମାମଲାର ତଦନ୍ତ ଚାଲିଛି।
ପ୍ରଶାସନ ପକ୍ଷରୁ ଏପରି ଅବୈଧ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆଗାମୀ ଦିନରେ ଅଧିକ ଚଢ଼ାଉ ଜାରି ରହିବ ବୋଲି କୁହାଯାଇଛି। ସମସ୍ତ ହୋଟେଲ ଓ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ନିୟମ ଅନୁସାରେ କେବଳ ବାଣିଜ୍ୟିକ ସିଲିଣ୍ଡର ବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha