Home ଦେଶ ବିଦେଶଆଜି ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଆଜି ବିଶ୍ବର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

by Maraguda Express
0 comments

ନୂଆଦିଲ୍ଲୀ, ୦୬/୦୬ : ବିଶ୍ବର ସବୁଠୁ ଉଚ୍ଚ ଚେନାବ୍ ରେଳସେତୁର ଆଜି ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାର ଦୈର୍ଘ୍ୟ ୧.୩୧୫ ମିଟର । ୪୬୭ ମିଟର ତୋରଣ ସ୍ପାନ୍ ଉପରେ ଅବସ୍ଥିତ । ଏହି ସେତୁ ଜମ୍ମୁ ଓ କାଶ୍ମୀର ରିଆସି ଜିଲ୍ଲାର କାଉରି ଓ ବକ୍ଲାଲ ଅଞ୍ଚଳକୁ ସଂଯୋଗ କରିବ । ଏଥି ସହିତ ଭାରତୀୟ ରେଳ ବିଭାଗ ଦ୍ବାରା ଅଞ୍ଜିଠାରେ ନିର୍ମିତ ପ୍ରଥମ କେବଲ୍ ବ୍ରିଜ୍ ମଧ୍ୟ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଏହାର ଉଚ୍ଚତା ୧୯୩ ମିଟର, ଦୈର୍ଘ୍ୟ ୭୨୫ ମିଟର ଥିବା ବେଳେ ୨୯୦ ମିଟର ମେନ ସ୍ପାନ୍ ରହିଛି । ଏହି ବ୍ରିଜ୍ ଜମ୍ମୁ କାଶ୍ମୀରର କଟ୍ରା ଓ ରଆସି ଜିଲ୍ଲାକୁ ସଂଯୋଗ କରିବ । ଏଥିସହ ଦୁଇଟି ବନ୍ଦେ ଭାରତ ଟ୍ରେନର ମଧ୍ୟ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାଦ୍ବାରା ଶ୍ରୀନଗରରକୁ ପ୍ରଥମ ସେମି ହାଇସ୍ପିଡ୍ ଟ୍ରେନ୍ ଗଡ଼ିବ । ଫଳରେ ମାତ୍ର ୩ ଘଣ୍ଟା ମଧ୍ୟରେ କଟ୍ରାରୁ ଶ୍ରୀନଗର ଯାତ୍ରା ସମ୍ଭବ ହୋଇପାରିବ । ମୋଟ ଉପରେ ଜମ୍ମୁ କାଶ୍ମୀରକୁ ୪୪ ହଜାର କୋଟିର ରେଳ ପ୍ରକଳ୍ପର ଭେଟି ଦେବେ ନରେନ୍ଦ୍ର ମୋଦୀ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha