16

ନୂଆପଡା -୨୪/୩ – ପେଶା ତାଙ୍କର ଚାକିରୀ ନିଶା ହେଉଛି ଅବ୍ୟବହୃତ ଅଲୋଡା ସାମଗ୍ରୀ କୁ ନୁଆଁ ସ୍ପର୍ଶ ଦେଇ ବିଭିନ୍ନ ପ୍ରକାର ରୂପ ରଙ୍ଗ ଦେଇ ପୁନଃ ବ୍ୟବହାର ଯୋଗ୍ୟ କରି ଘର ଅଗଣା ରେ ସ୍ଥାପନ କରିବା ସେ ହେଉଛନ୍ତି ଖଡ଼ିଆଳ ଶାନ୍ତି ନଗର ବାସିନ୍ଦା ନିହାରିକା ପାଢ଼ୀ, ସ୍ବାମୀ ଗୌତମ ପାତ୍ର। ସ୍ବାମୀ ସ୍ତ୍ରୀ ଉଭୟେ ଚାକିରିଆ। ନିହାରିକା ଆଇସିଡିଏସ ବିଭାଗରେ କାର୍ଯ୍ୟ କରନ୍ତି। ବୃତ୍ତି ସିନା ଚାକିରି ନିଶା କିନ୍ତୁ ଅଦରକାରୀ ଅଲୋଡା ଜିନିଷକୁ ସୁନ୍ଦର୍ ଭାବରେ ସଜାଇବା।
ଆମେ ଅନେକ ସମୟରେ କୌଣସି ଜିନିଷ ବ୍ୟବହାର କଲା ପରେ ତାକୁ ଫିଙ୍ଗିଦେଉ କିନ୍ତୁ ନିହାରିକା ଦିଦି ଏସବୁ କୁ ନୂତନ ରୂପ ଦେଇ ଜୀବନ୍ତ କରିଦିଅନ୍ତି। ଅବ୍ୟବହୃତ ଓ ଅଦରକାରୀ ଜିନିଷ ସବୁକୁ ସେ ସୁନ୍ଦର ସୁନ୍ଦର କଳାକୃତିରେ ରୂପ ଦିଅନ୍ତି।
ଏଇ ଯେମିତି ଆମେ ପାଣି ପିଇଲା ପରେ ଆମେ ବୋତଲକୁ ଫିଙ୍ଗି ଦେଉ ସେ କିନ୍ତୁ ଏହାକୁ ଚଢ଼େଇ, ପ୍ଲାଣ୍ଟର ଆଦି ତିଆରି କରି ଦିଅନ୍ତି। ମୋବିଲ ଜାର କୁ ହାତୀ ତିଆରି କରି ଦିଅନ୍ତି। ନଡ଼ିଆ କତାକୁ ସୁନ୍ଦର ଫୁଲରେ ପରିଣତ କରି ପକାନ୍ତି। ନଡ଼ିଆ କାଚି କୁ କଇଁଛ, ଜଗନ୍ନାଥ ଆଦି ରୂପ ଦିଅନ୍ତି। ଏମିତି ବିଭିନ୍ନ ଜିନିଷ ତିଆରି କରି ସେ ନିଜ ଘରକୁ ସଜାଇ ଦେଇଛନ୍ତି ଯେ ଦେଖିଲେ ଆଖି ଲାଖି ଯାଉଛି। ତାଙ୍କ ପାଖରେ କୌଣସି ଜିନିଷ ମଧ୍ୟ ଅଦରକାରୀ ନୁହଁ। ସଜାଇ ଜାଣିଲେ ସବୁ ଜିନିଷ ସୁନ୍ଦର। ନିହାରିକା ଦିଦିକୁ ଅନେକ ସମୟର ପଡୋଶୀଙ୍କ ଘରକୁ ଯାଇ ମଧ୍ଯ ଅବ୍ୟବହୃତ ଜିନିଷ ସବୁ ମାଗି ଆଣନ୍ତି ଓ ସୁନ୍ଦର ଡିଜାଇନ୍ ଦିଅନ୍ତି। ତାଙ୍କର ଏହି କଳାକାରୀ ପାଇଁ ସ୍ବାମୀ ଗୌତମ ସବୁବେକେ ସହଯୋଗ କରିଥାନ୍ତି।
ଆପଣ ତାଙ୍କ ଘରକୁ ଗଲେ ଗୋଟେ ସୁନ୍ଦର ମ୍ୟୁଜିଅମ୍ ଭିତରକୁ ଗଲା ପରି ଲାଗିବ। ଘରର କାନ୍ଥ ଠାରୁ ପାହାଚ, ଫୁଲକୁଣ୍ଡ ଠାରୁ ଗଛ ଯାଏ ସୁନ୍ଦର କଳାକୃତିରେ ସବୁ ସଜେଇ ହୋଇଛି। ଅନ୍ୟ ମାନଙ୍କୁ ଏନେଇ ତାଲିମ ଦେବାକୁ ତାଙ୍କର ଇଛା ଅଛି ବୋଲି ନିହାରିକା କହିଛନ୍ତି। ଏହି କାର୍ଯ୍ୟ ପାଇଁ ତାଙ୍କୁ ଅନେକ ଲୋକ ପ୍ରଶଂସା କରନ୍ତି । ଖଡ଼ିଆଳ ନଗର ପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଧୀନ ମହାରଣା ତାଙ୍କର ଏହି କଳା ଅନ୍ୟ ମାନଙ୍କୁ ପ୍ରେରଣା ଦେବ ଓ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନରେ ସହାୟକ ହୋଇ ପାରିବ ବୋଲି ଶ୍ରୀ ମହାରଣା ପ୍ରକାଶ କରିଛନ୍ତି। ନିହାରିକ ଦିଦି ଙ୍କ ଉପରୋକ୍ତ କାର୍ଯ୍ୟକୁ ନେଇ ଏକ ତାଲିମ ଶିବିର ଆୟୋଜିତ ହୋଇପାରିଲେ ଅନ୍ୟ ମାନେ ମଧ୍ୟ ଦିଦି ଠୁ ପ୍ରଶିକ୍ଷଣ ପାଇ ଏହି କାରୁକାର୍ଯ୍ୟ ଶିଖି ପାରନ୍ତେ ବୋଲି ବିଭିନ୍ନ ମହଲ ରେ ମତାମତ ପ୍ରକାଶ ପାଉଛି।