ନୂଆପଡ଼ା -୨୧/୯ (ସୁରେନ୍ଦ୍ର ତିୱାରୀ ) “ସେବା ପକ୍ଷ- ୨୦୨୫” ପାଳନ ଅବସରରେ ନୂଆପଡ଼ା ଜିଲ୍ଲାର ଆଞ୍ଚଳିକ ପେଷାଦାର/ ବୃତ୍ତିଗତ ଚିତ୍ରକାରଙ୍କ ମଧ୍ୟରେ “ବିକଶିତ ଭାରତ – ୨୦୪୭” ଶୀର୍ଷକ ଉପରେ ଆଧାରିତ ଏକ “ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ସ୍ଥାନୀୟ ପୋଲିସ ପଡିଆ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ,ନୂଆପଡ଼ା ଆନୁକୁଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୧୮ ଜଣ ଆଞ୍ଚଳିକ ପେଷାଦାର/ ବୃତ୍ତିଗତ ଚିତ୍ରକାର ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ଘାଟନ କରିଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ନିତେଶ କୁମାର ମାଝୀ ପ୍ରଥମ ସ୍ଥାନ, କିରନ ଜଗତ ଦ୍ୱିତୀୟ ସ୍ଥାନ ଓ ନାଇଣ୍ଟିୱାନ ସରାଫ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରକାଶଥାଉକି ଯେ ଜିଲ୍ଲାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଚିତ୍ର ୨୫ ସେପ୍ଟେମ୍ୱର ୨୦୨୫ ଦିନ ରାଜ୍ୟ ସ୍ତରରେ ଆୟୋଜିତ ହେବାକୁ ଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ମୂଲ୍ୟାୟନ ପାଇଁ ପ୍ରଦର୍ଶନ କରାଯିବ । ପରିଶେଷରେ କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲାପାଳ,ନୂଆପଡ଼ା ପୁରସ୍କୃତ କରିବା ସହ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରିଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରାଙ୍କ ତତ୍ୱାବଧାନରେ ପରିଚାଳିତ ଏହି କାର୍ଯ୍ୟକ୍ରମ ରୂପାୟନରେ ବିଭୂଦତ୍ତ ମିଶ୍ର ଓ ରାକେଶ କୁମାର ହୋତା ପ୍ରମୁଖ ସହଯୋଗ କରିଥିଲେ ।
ଆଞ୍ଚଳିକ ପେଷାଦାର/ ବୃତ୍ତିଗତ ଚିତ୍ରକାରମାନଙ୍କୁ ନେଇ “ବିକଶିତ ଭାରତ – ୨୦୪୭” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା।
38