ନୂଆପଡ଼ା -୨/୮(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାଣୀବିଭାଗ ସହଯୋଗୀ ସହକର୍ମୀ ରଘୁପତି ହରିଜନଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପର୍ଵ ସହ ଅଧ୍ୟାପକ ମୃତୁଞ୍ଜୟ ମେହେର , ଅଧ୍ୟାପକ ରୂପବନ୍ତ ଭୋଇ ଙ୍କୁ ସ୍ୱାଗତ ସମାରୋହ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ହୋଇଥିଲା ।ଯୁକ୍ତ ଦୁଇ ଅଧ୍ୟକ୍ଷ ଅଧ୍ୟାପକ ଡ଼ ରଣବୀର ସିଂହ , ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ସୁନୀଲ କୁମାର ପାଢୀ , ଅଧ୍ୟାପିକା ଡ଼ ଗୀତାଶ୍ରୀ ପ୍ରିୟମ୍ବଦା , ଶାରୀରିକ ଶିକ୍ଷା ଅଧ୍ୟାପକ ଡ଼ ସରୋଜ କୁମାର ପଣ୍ଡା , ଇତିହାସ ବିଭାଗୀୟ ଅଧ୍ୟାପକ ଡ଼ ରାଜ କୁମାର ରତେ ମଞ୍ଚାସିନ ହେବା ପୂର୍ବକ ବିଦାୟୀ ବ୍ୟକ୍ତିତ୍ବ ରଘୁପତି ହରିଜନ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଜାନକୀ ହରିଜନ ଙ୍କ ସମ୍ପର୍କିତ ଅନୁଭୂତି ,ଅନୁଭଵ କୁ ଉପସ୍ଥାପିତ କରିଥିଲେ ।୧୯୮୯ରେ ଖଡ଼ିଆଳ ମହାବିଦ୍ୟାଳୟ ରେ ଯୋଗଦେଇ ଦୀର୍ଘ ୩୬ ବର୍ଷ ର କର୍ମମୟ ଜୀବନର ଅନୁଭୂତି ଶ୍ରୀ ହରିଜନ ଙ୍କ ପାଇଁ ଅବର୍ଣ୍ଣନୀୟ ଥିଲା ।ଉକ୍ତ ଅବସର ରେ ବ୍ରଜରାଜନଗର ମହାବିଦ୍ୟାଳୟ ରୁ ଆସିଥିବା ଗଣିତ ବିଭାଗ ର ଅଧ୍ୟାପକ ମୃତୁଞ୍ଜୟ ମେହେର , ଜି .ଉଦୟଗିରି ରୁ ଆସିଥିବା ଇତିହାସ ବିଭାଗ ଅଧ୍ୟାପକ ରୂପବନ୍ତ ଭୋଇ ଙ୍କୁ ସ୍ୱାଗତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡ଼ ତରୁଣ କୁମାର ପ୍ରଧାନ, ଅଧ୍ୟାପିକା ରୀତା ଦାଶ,ଅଧ୍ୟାପକ ସୂର୍ଯ୍ୟକାନ୍ତ ଠାକୁର ,ଅଧ୍ୟାପିକା ରାଜଲଷ୍ମୀ ରଥ,ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ସାଗରିକ ପଣ୍ଡା, ଅଧ୍ୟାପିକା ନୟନା ପ୍ରଧାନ, ଅଧ୍ୟାପିକା ନିବେଦିତା ଆଚାରି, ଶ୍ରୀମତୀ ରୀତା ବାରିକ ଅଧ୍ୟାପକ ବିଶିକେସନ ନାୟକ , ଅଧ୍ୟାପକ ହରି ହଂସ , ଅଧ୍ୟାପକ ଡ଼ ସୁରଞ୍ଜନ ପ୍ରଧାନ, ଅଧ୍ୟାପକ ମୌସମ ପ୍ରଧାନ ,ଅଧ୍ୟାପକ ପ୍ରଦୀପ ବେହେରା, ଅଧ୍ୟାପକ ଚୈତନ୍ୟ ମହାନ୍ତି ,ଅଧ୍ୟାପକ ହରିହର ଭେସରା ,ଅଧ୍ୟାପକ ଗୁଣବନ୍ତ ସାହୁ ,ଅଧ୍ୟାପକ ଡ଼ ଶୁଭ୍ରାଶିଷ ବାରିକ,ଅଧ୍ୟାପକ ହରନମ ସିଂ , ଅକ୍ଷୟ ଦାଶ , ଧ୍ରୁବ ପାତ୍ର , ଆଶୁତୋଷ ଯୋଶୀ ପ୍ରମୁଖ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି ସହଯୋଗ କରିଥଲେ । ପରିଶେଷରେ ଅଧ୍ୟାପକ ଡ଼ ରାଜ କୁମାର ରତେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅଧ୍ୟକ୍ଷ ଉଭୟ ବିଦାୟୀ ବ୍ୟକ୍ତି ତଥା ନୂତନ ନିଯୁକ ଅଧ୍ୟାପକ ଦ୍ବୟ ଙ୍କୁ ଶୁଭକାମନା ଅର୍ପଣ କରିବା ସଙ୍ଗେ ସଙ୍ଗେ ପ୍ରୀତି ଉପହାର ପ୍ରଦାନ କରିଥିଲେ ।
ଖଡ଼ିଆଳ : ବିଦାୟ କାଳୀନ ସମ୍ବର୍ଦ୍ଧନା ତଥା ସ୍ୱାଗତ ସମାରୋହ
50