Home ରାଜ୍ୟଖରିଆର ରୋଡ : ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଥିବା ସର୍ଭିସ ରୋଡ (ରେଳୱେ ଓଭର ବ୍ରିଜ ପାର୍ଶ୍ଵ ରୋଡ) ନିର୍ମାଣ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ।

ଖରିଆର ରୋଡ : ଅତ୍ୟନ୍ତ କଦର୍ଯ୍ୟ ହୋଇ ପଡିଥିବା ସର୍ଭିସ ରୋଡ (ରେଳୱେ ଓଭର ବ୍ରିଜ ପାର୍ଶ୍ଵ ରୋଡ) ନିର୍ମାଣ ପାଇଁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ।

by Maraguda Express
0 comments
ନୂଆପଡ଼ା -୨୩/୩ – ଜିଲ୍ଲା ର ବ୍ୟସ୍ତ ବହୁଳ  ବ୍ୟବସାୟିକ ନଗର ଖରିଆର ରୋଡ଼ ର ୱାର୍ଡ଼ ନମ୍ୱର୍ ୯ ରେ ନିର୍ମିତ ହେଉଥିବା ଏନଏଚ ରେଳ ୱେ ଓଭର ବ୍ରିଜ ର ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ର ଅବସ୍ଥା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଥିଲା। ଖାଲ ଖମା, ଧୂଳି ଓ ବଡ଼ ବଡ଼ ଗର୍ତ୍ତ ନଗର ବାସୀ ଓ ଆଖ ପାଖ ଅଞ୍ଚଳ ର ଜନ ସାଧାରଣଙ୍କ ଜୀବନ ଧୂଳି କଣା ଯୋଗୁଁ ଅଣ ନିଶ୍ୱାସି କରିଦେଇଥିଲା। ଦିନକୁ ଦିନ ଆସିବା ଯିବା କରୁଥିବା ବାଟୋଇ ନାଗରିକ, ଗାଡ଼ି ଆରୋହୀ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ଏକ ପ୍ରକାର ବାଧ୍ୟ ହେଉଥିଲେ। ଉପରୋକ୍ତ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ବିଜେପି ନେତା ସୋମ ନାଥ ଅଗ୍ରୱାଲ(ଗୋଲ୍ଡି ଭାଇ) ଙ୍କ ନେତୃତ୍ୱରେ ଆଜି ୱାର୍ଡ ପାର୍ଷଦ ବେନୁ ଦୀପ ସମେତ ଶହ ଶହ ସମର୍ଥକ ଙ୍କ ସହ ନିଜ ସର୍ଭିସ ରୋଡ ନିର୍ମାଣ ପାଇଁ ଦୃଢ଼କଣ୍ଠ ରେ ସ୍ୱର ଉତ୍ତୋଳନ କରି ଧାରଣ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଉପରୋକ୍ତ ଆନ୍ଦୋଳନ ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଶିଘ୍ର ବିଭାଗୀୟ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପରେ ଧାରଣା  ରୁ ଉଠି ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha