Home ରାଜ୍ୟଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

by Maraguda Express
0 comments

ନୂଆପଡ଼ା -୧୩/୮(ସୁରେନ୍ଦ୍ର ତିୱାରୀ ) ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏକ ବିଶାଳ ଶୋଭା ଯାତ୍ରାରେ ସମସ୍ତେ ତ୍ରିରଙ୍ଗା ଜାତୀୟ ପତାକା ନେଇ ଖରିଆର ରୋଡ ସହର ପରିକ୍ରମା କରି ରାଷ୍ଟ୍ର ପ୍ରେମ ଜାଗୃତ କରି ବିଭିନ୍ନ ଦେଶ ପ୍ରେମୀ ସ୍ଲୋଗାନ ଦେଇ ଗଗନ ପବନ ପ୍ରକମ୍ପିତ କରି ଲୋକଙ୍କୁ ଉତ୍ସାହିତ କରିଥିଲେ। ଏ ଅବସର ରେ ଏକ ୧୫୦ ଫୁଟ ତ୍ରିରଙ୍ଗା ପକାତା ଆକର୍ଷଣ ର କେନ୍ଦ୍ର ରହିଥିଲା। ଏନଏସି ଅଧ୍ୟକ୍ଷା ଡ଼ ସୋନିଆ ଜୈନଙ୍କ ନେତୃତ୍ଵ ରେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଭିନନ୍ଦନ ପଣ୍ଡା, ଗୋଲଡି ଅଗ୍ରୱାଲ, ସନ୍ଦିପ ଶର୍ମା,ରାକେଶ ଜୈନ,ତୁଲସ ପଟେଲ ଇ.ଓ. କମାଲାସନ ରଥ, ସହ ବିଭିନ୍ନ ଅନୁଷ୍ଠାନ ର ସଦସ୍ୟ, ନଗରବାସୀ,ଆମସେନା ଗୁରୁକୂଳ ଆଶ୍ରମ ଛାତ୍ର ଛାତ୍ରୀମାନେ ଓ ସରକାରି ବେସରକାରୀ ଅନୁଷ୍ଠାନ ର ବ୍ୟକ୍ତିବିଶେଷ ଯୋଗଦେଇ ତ୍ରିରଙ୍ଗା ଯାତ୍ରା କୁ ସଫଳ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha