11

ବୋଡ଼େନ – ୨୩/୩ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ଖୋଲ୍ହା ରାଜ ର ବାର୍ଷିକ ବୈଠକ ଭେଲା କଲାର ସମାଜ ଓ ଖୋଲ୍ଲାରାଜ କଲାର ସମାଜ ର ମିଳିତ ଆନୁକୂଲ୍ୟରେ ରବିବାର ଦିନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଭାପତି ଖୋଲ୍ହାରାଜ ର ହୀରା ଲାଲ ଦଣ୍ଡସେନା ସଭାପତିତ୍ୱ କରିଥିଲେ । ପ୍ରଥମେ ବିରାଟ କଳସ ଯାତ୍ରା ଘୁମୁରା ବାଦ୍ୟ ସହ ବାହାରି ପୋଖରୀରୁ ପାଣି ଆଣି ମାଁ ବାହାଦୁର କଲାରିନ ଓ ଭଗବାନ ସାହସ୍ର ବାହୁ ଅର୍ଜୁନ ଓ ଚଛାନ ଝାଡୁ ର ପୂଜାର୍ଚ୍ଚନା କରାଯାଇଥିଲା l ସଭାରେ ସମ୍ପାଦକ ଗୋକୁଳ ଦଣ୍ଡସେନା, କୋଶାଧ୍ୟାକ୍ଷ ମୁକେଶ ଦଣ୍ଡସେନା,ଓଡିଶା କଲାର ସମାଜ ମହାଧ୍ୟକ୍ଷ ତିଆରମ ଦଣ୍ଡସେନା, ଉପାଧ୍ୟାକ୍ଷ ରେଖରାମ ଦଣ୍ଡସେନା, କେସିୟର ସୁଦାମ ଦଣ୍ଡସେନା, ଯୁଗ୍ମ ସଚିବ ଦିବ୍ୟ ଦଣ୍ଡସେନା ଓ ଲୋକନାଥ ଦଣ୍ଡସେନା ପ୍ରମୁଖ ମଞ୍ଚାସୀନ ଥିଲେ l ଅତିଥି ମାନଙ୍କ ମଧ୍ୟରେ ଅଭିନନ୍ଦନ ପଣ୍ଡା, ଅବନୀ ରଞ୍ଜନ ଯୋଷୀ, ସରପଞ୍ଚ ବିମଲ ଯୋଷୀ, ପାଟନା କ୍ଷେତ୍ର, ପାନାବେଡା, ଖଡ଼ିଆଳ କ୍ଷେତ୍ର, ଦେଭୋଗ କ୍ଷେତ୍ର ଓ ଛାତତିଷଗଡ଼ ରୁ ପଦାଧିକାରୀ ମାନେ ଯୋଗ ଦେଇ ସମାଜର ଶିକ୍ଷା, ସଂସ୍କାର ଓ ସଂଗଠନ କୁ କେମିତି ଦୃଢ଼ କରି ହେବ ସେ ଉପରେ ବକ୍ତା ମାନେ ନିଜ ନିଜ ମତ ପରିପ୍ରକାଶ କରିଥିଲେ । ପରିଶେଷରେ ରଙ୍ଗାରଙ୍ଗ ସଂସ୍କୃତିକୁ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ଗୋକୁଳ ରାମ ଦଣ୍ଡସେନା ମଞ୍ଚ ପରିଚାଳନା କରି ସଭା ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।