’ଜିଲ୍ଲା ପୋଲିସ ର ମୋବାଇଲ ଫେରସ୍ତ ମେଳା : ୩୪ ଟି ମୋବାଇଲ ଫେରସ୍ତ । 
ନୂଆପଡ଼ା -୧୯/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ପୋଲିସ ପକ୍ଷ ରୁ ଚୋରି କିମ୍ୱା ହଜି ଯାଇଥିବା ମୋବାଇଲ ର ପ୍ରକୃତ ମାଲିକଙ୍କୁ ମୋବାଇଲ ଫେରସ୍ତ ମେଳା କାର୍ଯ୍ୟକ୍ରମ ରେ ଫେରସ୍ତ କରାଯାଇଛି।ପୋଲିସ ବିଭାଗ ସ୍ଵତନ୍ତ୍ର ଦଳ ଦ୍ବାରା ତଦନ୍ତ କରି ୩୪ ଗୋଟି ମୋବାଇଲ୍ ଉଦ୍ଧାର କରି ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବେଳେ ଏହି ମୋବାଇଲ୍ କୁ ତାଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତ କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର ରାଘବେନ୍ଦ୍ର ମୋବାଇଲ ଫେରସ୍ତ ମେଳା କାର୍ଯ୍ୟକ୍ରମରେ ଆଜି ଉପରୋକ୍ତ ସୂଚନା ପ୍ରଦାନ କରିଛନ୍ତି। ନିଜ ମୋବାଇଲ କୁ ଚୋରି ଓ ହଜିବା ରୁ ରକ୍ଷା ପାଇଁ ଯତ୍ନବାନ ହୋଇ ଦାୟିତ୍ୱରେ ରଖିବା ସହ ଆସନ୍ତା ଦିନ ରେ ଏହି ମୋବାଇଲ ଚୋରି ପ୍ରତି ସତର୍କ ରହିବାକୁ କହିଥିଲେ। ଜନସାଧାରଣଙ୍କ ଚୋରି କିମ୍ବା ହଜିଯାଇଥିବା ମୋବାଇଲ ଫୋନ ବିଷୟ ରେ ସୁଚନା ପାଇବା ପାଇଁ ଏକ ସମର୍ପିତ ହ୍ୱାଟସ ଆପ୍ ମୋବାଇଲ ନମ୍ୱର୍ ୯୪୩୮୯ ୧୬୮୬୨ ଜିଲ୍ଲା ପୋଲିସ୍ ପକ୍ଷ ରୁ ଜାରି କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ,ଗତ ୧୭ ମେ ୨୦୨୫ ଦିନ ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ମୋବାଇଲ ଫେରସ୍ତ ମେଳା ରେ ୧୦୪ ଟି ଚୋରି/ହଜି ଯାଇଥିବା ମୋବାଇଲ (ଆନୁମାନିକ ୩୦ ଲକ୍ଷ ଟଙ୍କା) ର ଉଦ୍ଧାର କରି ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ପ୍ରଦାନ କରା ଯାଇଥିଲା।

ଜିଲ୍ଲା ପୋଲିସ ର ମୋବାଇଲ ଫେରସ୍ତ ମେଳା : ୩୪ ଟି ମୋବାଇଲ ଫେରସ୍ତ
223
previous post