12
ନୂଆପଡା- ୨୨/୦୩- ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶ କ୍ରମେ ନୂଆପଡା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହିସାବରେ ବଦଳି ହୋଇଯାଇଛି l ନୂଆପଡା ଜିଲ୍ଲାରେ ସେ ଅଗଷ୍ଟ ୨୦୨୪ ରେ କାର୍ଯ୍ୟଭାର ଗ୍ରହଣ କରିଥିଲେ l ସେହିଦିନ ଠାରୁ ସେ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ସହିତ ଭାଇବନ୍ଧୁ ଭଳି ସମ୍ପର୍କ ରଖି ସେମାନଙ୍କ ପ୍ରିୟପାତ୍ର ହୋଇଥିଲେ l ପ୍ରଶାସନ ସ୍ତରରେ ଦୈନନ୍ଦିନ ହେଉଥିବା ସମସ୍ତ ସଭା ସମିତି, ଉତ୍ସବ, ସମାରୋହରେ ସେ ସାମ୍ବାଦିକ ମାନଙ୍କୁ ସାମିଲ କରିବା ସହିତ ଏସବୁର ବାର୍ତ୍ତା, ଫୋଟୋ ତଥା ଭିଡିଓ ସେମାନଙ୍କୁ ଠିକ୍ ସମୟରେ ପ୍ରଦାନ କରୁଥିଲେ l ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ସେ କେବେହେଲେ ନିଜ କର୍ତ୍ତବ୍ୟରେ ଅବହେଳା କରି ନଥିଲେ l ଜିଲ୍ଲା ପ୍ରଶାସନ ଓ ମିଡିଆ ମଧ୍ୟରେ ସେ ସବୁବେଳେ ଗୋଟିଏ ଉତ୍ତମ ଯୋଗସୂତ୍ର ରଖିବାରେ ସଫଳ ହୋଇଥିଲେ l ତାଙ୍କର ହସହସ ମୁହଁ ଓ ସମସ୍ତଙ୍କୁ ଆପଣେଇ ନେବାର ଅଦ୍ଭୁତ କଳା ଯୋଗୁଁ ସେ ସାମ୍ବାଦିକ ମାନଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ l ଏହା ସହିତ ବିଭିନ୍ନ ସଭା ସମିତିରେ ତାଙ୍କର ମଞ୍ଚ ପରିଚାଳନା କଳା ଏବଂ ଓଜସ୍ୱିନୀ ବକ୍ତବ୍ୟ ସମସ୍ତଙ୍କୁ ମୁଗ୍ଧ କରୁଥିଲା l ଏହିଭଳି ଜଣେ ସୁଯୋଗ୍ୟ, ଦରଦୀ ଏବଂ ସାମ୍ବାଦିକ ହିତୈଷୀ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବଦଳିରେ ଜିଲ୍ଲାର ସାମ୍ବାଦିକ ମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିଛନ୍ତି l ଶ୍ରୀ ପଣ୍ଡା ଙ୍କ ସ୍ଥାନାନ୍ତରଣ ଖବର ପରେ ସାମ୍ବାଦିକ ମହଲ ରେଦୁଃଖ ପ୍ରକାଶ କରାଯାଇଥିଲା। ଜିଲ୍ଲା ସାମ୍ବାଦିକ ସଂଘ (NZSS) ସଭାପତି ସୁରେଶ ଆଚାରୀ, ବରିଷ୍ଠ ସାମ୍ବାଦିକ ଲୋକ ନାଥ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ଦେବେନ୍ଦ୍ର ତାଣ୍ଡି ଦୀପକ ମିଶ୍ର, ଅମିତ ପୁରୋହିତ ଓ ଶିଶିର ଭୂୟାଁ ପ୍ରମୂଖ ତାଙ୍କ ନୂତନ କର୍ମସ୍ଥଳୀ ବୌଦ୍ଧ ଜିଲ୍ଲା ଶୁଭ ଓ ସୁଖ ପୂର୍ଣ୍ଣ ହେଉ ବୋଲି କାମନା କରିଛନ୍ତି।