2
ବୋଡ଼େନ -୧୧/୩ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଳା ବୋଡେ଼ନ ବ୍ଲକ ପଲସଦା ପଞ୍ଚାୟତ ଅନ୍ତର୍ଗତ ଡୁର୍କାମୁଣ୍ଡା ରୁ ସାଲେପଡ଼ା ମଧ୍ୟରେ ଥିବା ଜଙ୍ଗଳ ର କାଠକୁ ମାଫିଆମାନେ କାଟି ନେଉଛନ୍ତି ବୋଲି ଅଭିଯୋଗ ହେଉଛି। ଜଙ୍ଗଳ ବିଭାଗ ଜାଣି ନଜାଣିଲା ପରି ରହିଛି। ଯାହାକି ଜଙ୍ଗଳ ବିଭାଗ ଓ କାଠ ମାଫିଆଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ଜନ ରବ ହେଉଛି । ଉପରୋକ୍ତ ଅଭିଯୋଗ ର ସତ୍ୟାସତ୍ୟ ଅନୁସନ୍ଧାନ କରି ଦୋଷୀ ଙ୍କ ବିରୋଧ ରେ ବନବିଭାଗ ତଦନ୍ତ କରିବାକୁ ଅଞ୍ଚଳବାସୀମାନେ ସାଧାରଣରେ ଦୃଢ଼ ଦାବୀ କରୁଛନ୍ତି ।