ନୂଆପଡ଼ା-୬/୧୧ (ସୁରେନ୍ଦ୍ର ତିୱାରୀ)ନୂଆପଡ଼ା ବିଧାନସଭା ଉପନିର୍ବାଚନ ପରିପେକ୍ଷୀ ରେ ଆଜି ଓଡ଼ିଶା ର ମୂଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର ପାଇଁ ଆସିଥିଲେ । ମୁଖ୍ୟମନ୍ତ୍ରୀ ନୂଆପଡ଼ା ଗସ୍ତ ଖବର ଶୁଣି କେବଳ ଯେ ବିଜେପି ନେତା କର୍ମୀ ଉତ୍ସାହିତ ହୋଇଥିଲେ ତାହା ନୁହେଁ ଅନେକ ଦୁଃଖି ଲୋକ ମଧ୍ୟ ଆଶାବାଦି ଥିଲେ ।
ସେମିତି ଏକ ଆଶାବାଦି ପରିବାର ହେଉଛନ୍ତି ସିନାପାଲି ବ୍ଲକ ଗଣ୍ଡବେହାଲି ପଞ୍ଚାୟତ ର ଗମ୍ଭାରୀଗୁଡା ଗ୍ରାମର ଦିବ୍ୟାଙ୍ଗ ଝିଅ ଭୂମିସୂତା ମେହେର ର ପରିବାର । ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଖବର ପାଇ ଗୁହାରୀ ଜଣେଇବାକୁ ଆଜି ବିଜେପି ଜିଲ୍ଲା କାର୍ଯ୍ୟାଳୟ କୁ ଧାଇଁ ଆସିଥିଲେ ମେହେର ପରିବାର । ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରୀପାଠୀ ଓ ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି ଙ୍କୁ ସାକ୍ଷାତ କଲା ପରେ ତାଙ୍କ ଦୁଃଖ ଜଣାଇବା ପାଇଁ ଓଡ଼ିଶା ସରକାର ଙ୍କ ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଜନଜାତି ଉନ୍ନୟନ, ପଛୁଆ ବର୍ଗ କଲ୍ୟାଣ, ସାମଜିକ କଲ୍ୟାଣ ଓ ଶସକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଯୋଗାଯୋଗ କରିଥିଲେ । ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜ ନିର୍ବାଚନୀ ପ୍ରଚାର ଛାଡି ଧାଇଁ ଆସିଥିଲେ ଜିଲ୍ଲା ବିଜେପି କାର୍ଯ୍ୟାଳୟ କୁ ଭୂମୀସୂତା ର ପରିବାର କୁ ଭେଟିବା ପାଇଁ ।
ଭୂମିସୂତା ୮୦% ରୁ ଅଧିକ ଶାରୀରିକ ଅକ୍ଷମ । ସେ ମୋହନ ସରକାର ର ୩୫୦୦ ଟଙ୍କା ର ଭତ୍ତା ମଧ୍ୟ ପାଉଥିଲା । କିନ୍ତୁ ,ବର୍ତ୍ତମାନ ଭିନ୍ନକ୍ଷମ ପ୍ରମାଣ ପତ୍ର ର ୟୁ.ଆଇ.ଡି ପ୍ରମାଣ ପତ୍ର ସେମାନେ କରି ନାହାନ୍ତି । କାରଣ, ଆଧାର କାର୍ଡ ରେ ଭୂମିସୂତ ର ଆଙ୍ଗୁଠି ଚିହ୍ନ କିମ୍ବା ଆଖି ର ଆଇ କଣ୍ଟାକଟ ସ୍ୱୀକାର ହେଉନାହିଁ । ତେଣୁ ସେ ଯେଉଁ ଯେଉଁ ସରକାରୀ ସୁବିଧା ପାଇବା କଥା ପାଇ ପାରୁ ନାହିଁ ।
୨୬ ବର୍ଷ ବୟସ୍କ ଦିବ୍ୟାଙ୍ଗ ଭୂମିସୂତା ର ବାପା କ୍ଷେତ୍ର ମେହେର ମନ୍ତ୍ରୀ ଙ୍କୁ ସମସ୍ତ ଅସୁବିଧା ବିଷୟ ରେ ଅବଗତ କରାଇଥିଲେ । ଏହା ପରେ ମନ୍ତ୍ରୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଭୂମିସୂତା ର ସମସ୍ତ ଅସୁବିଧା ସମ୍ପର୍କ ରେ ବୁଝାଇଥିଲେ ଓ କୌଣସି ମତେ ଝିଅ ର ସମସ୍ତ ସମସ୍ୟା ର ଶୀଘ୍ର ସମାଧାନ କରିବା ପାଇଁ ଆଦେଶ ଦେଇଥିଲା । ତାଙ୍କୁ ଅନ୍ତୋଦୟ ଯୋଜନା ରେ ରାସନ,ବାସଗୃହ ଯୋଗାଇ ଦେବା ପାଇଁ ମଧ୍ୟ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।


ଦିବ୍ୟାଙ୍ଗ ଙ୍କ ସାହା ମୋହନ ସରକାର ଭୂମିସୂତା ର ଦୁଃଖ ବୁଝିଲେ ନିତ୍ୟାନନ୍ଦ।
40
previous post