ଦେବକୀ ସ୍ତୁତି” ପୁସ୍ତକ ର ଶୁଭ ଉନ୍ମୋଚନ
ନୂଆପଡ଼ା -୩୦/୬ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ସ୍ଥିତ ରାମନାଥ ଉଚ୍ଚ ବିଦ୍ୟାପୀଠ ଅନୁଷ୍ଠାନର ପ୍ରତିଷ୍ଠାତା ଦୁଃଖୁ ଭଞ୍ଜନ ବାରିକଙ୍କ ଦ୍ଵାରା ଲିଖିତ ଦେବକୀ ସ୍ତୁତି ପୁସ୍ତକ ର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉନ୍ମୋଚନ ଉତ୍ସବରେ ଶିକ୍ଷାବିତ ଲବଣେଶ୍ବର ବାରିକ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର କୁଳପତି ସମ୍ଭୁକିଶୋର ଦଣ୍ଡସେନା, ମୁଖ୍ୟ ବକ୍ତା ଭାବେ ରାମନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୀବ କୁମାର ଠାକୁର,ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ପୂର୍ବତନ କୁଳପତି ବିଜୟ ପ୍ରତାପ ସିଂ ମହାରଥା, ଅଵସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାନିଧି ବାରିକ,ସମୀକ୍ଷକ ଭାବେ ବିଶିଷ୍ଠ ସଂଗୀତଜ୍ଞ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନନ୍ଦଲାଲ ବାରିକ ମଞ୍ଚାସୀନ ରହି କବିଙ୍କ ଲିଖିତ ପୁସ୍ତକକୁ ଭୁରି ଭୁରି ପ୍ରସଂସା କରିଥିଲେ । ରାମନାଥ ଉଚ୍ଚ ବିଦ୍ୟାପୀଠର କ୍ରୀଡା ଶିକ୍ଷକ ରାଜକପୁର ବାରିକ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରସନ୍ନପାଳ ଯୁକ୍ତଦୁଇ ମହାବିଦ୍ୟାଳୟ ଭାଲୁମୁଣ୍ଡାର ଅଧକ୍ଷ ସୁରେନ୍ଦ୍ର କୁମାର ପ୍ରଧାନୀ ଶେଷ ରେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଧନସିଂ ବାରିକ, ଗିରିଶ୍ଚନ୍ଦ୍ର ବାରିକ, ଶୁଶୀଳ ଚଳାନ, ବଳଦେବ ରାଉତ, ନରେଶ ବାରିକ,ବରଗାଁ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ପ୍ରଶାନ୍ତ କୁମାର ବାରିକ,ସନତ କୁମାର ମୁଣ୍ଡ, ଗୋପାଳଚନ୍ଦ୍ର ଯୋଶୀ,ଦିନନାଥ ସାହୁ,କମଳାକାନ୍ତ ଚଳାନ, ବଟକୃଷ୍ଣ ବାରିକ, ଶ୍ରୀରାମ ସମେରେନ୍ଦ୍ର ସିଂ ବାରିକ, ଶୁଶୀଳ ବାରିକ,ହେମନ୍ତ ଚଳାନ,ଦେବାନନ୍ଦ ଚଳାନ, ପାର୍ଥ ସାରଥୀ ବାଗ,ଲିଙ୍ଗରାଜ ବେହେରା, ସୁରେଶ ମାଝୀ, ଗାୟତ୍ରୀ ବାରିକ, ସୁରେଶ ରାଉତ, ଶଶକୁମାର ରାଉତରାୟ, ସହଦେବ ରାଉତ,ଧନେଶ୍ୱର ରାଉତ,ସ୍ୱପ୍ନ କୁମାର ବାରିକ, ଅନୁଗ୍ରହ ବାରିକ ସମେତ ଶତାଧିକ ଶିକ୍ଷା ପ୍ରେମୀ ଉପରୋକ୍ତ ଉନ୍ମୋଚନ ଉତ୍ସବ ରେ ଉପସ୍ଥିତ ଥିଲେ ।
122