Home ରାଜ୍ୟଧରମବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ।

ଧରମବନ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ।

by Maraguda Express
0 comments

ନୂଆପଡ଼ା -୨୦/୧୨ ସଦର ବ୍ଳକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଧରମବନ୍ଧା ର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଗତ କାଲି ଉଦ୍ଘାଟିତ ହୋଇଯାଇଛି | ପ୍ରଧାନ ଶିକ୍ଷକ ପ୍ରକାଶ ମିଶ୍ର ଙ୍କ କୁଶଳ ମାର୍ଗଦର୍ଶନ ଓ ଅଧ୍ୟକ୍ଷତା ରେ ଆୟୋଜିତ ଉଦଘାଟନି ଉତ୍ସବରେ ଧରମବନ୍ଧା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଭୂବନେଶ୍ୱରୀ ଦଣ୍ଡସେନା ମୁଖ୍ୟଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଖଗେଶ୍ୱର ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଅତିଥିମାନେ ଖେଳାଳୀ ମାନଙ୍କୁ ଉତ୍ସାହିତ କରି ବୌଦ୍ଧିକ ବିକାସ ସହ ଶାରିରୀକ ବିକାସ ପାଇଁ କ୍ରୀଡା ଗୁରୁତ୍ଵପୂର୍ଣ୍ଣ ଅଟେ ବୋଲି ମତ ବ୍ୟକ୍ତ କରିଥଲେ।ପ୍ରତିଯୋଗିତା କୁ କ୍ରୀଡା ଶିକ୍ଷକ ମହତାବ ଆଡଜୁଆଡ ସୁଚାରୁରୂପେ ପରିଚାଳନା କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଅବସର ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନା ରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବିଭାଗ ରେ କନିଷ୍ଠ ଓ ବରିଷ୍ଠ ବର୍ଗ ର ଛାତ୍ରଛାତ୍ରୀ ଦୌଡ,ଉଚ୍ଚ ଡିଆଁ, ଲମ୍ବଡିଆଁ,ଡିସକସ ଥ୍ରୋ ଏବଂ ଜାଭଲିନ ଥ୍ରୋ ଭଳି ବିଭିନ୍ନ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ। ଉପରୋକ୍ତ ବିଦ୍ୟାଳୟ ଅଞ୍ଚଳ ର ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ ଶାରୀରିକ,ମାନସିକ ଓ ନୈତିକ ଶିକ୍ଷା ପ୍ରଦାନ କରୁଛି। ଏ ଭଳି କ୍ରୀଡା କାର୍ଯ୍ୟକ୍ରମ ଦ୍ବାରା ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଓ ନେତୃତ୍ଵ ନେବାର ଦକ୍ଷତା ବିକାଶ ପାଉଅଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha