7





ନୂଆପଡ଼ା -୮/୩- ଆଜି ଆନ୍ତର୍ଜାତିକ ମହିଳା ଦିବସ । ନାରୀ ଶକ୍ତିର ସମ୍ମାନ – ପ୍ରଗତିର ସଂକଳ୍ପ ମହିଳାଙ୍କ ସମ୍ମାନ, ସ୍ୱାବଲମ୍ବନ ଏବଂ ସଶକ୍ତିକରଣ ପାଇଁ ନିରନ୍ତର ସମର୍ପିତ ଓଡ଼ିଶାର ଜନପ୍ରିୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ କାର୍ଯ୍ୟ ପ୍ରକୃତପକ୍ଷେ ଅତ୍ୟନ୍ତ ପ୍ରସଂସନୀୟ ଏବଂ ପ୍ରେରଣାଦାୟୀ ଅଟେ। ତାଙ୍କ ସ୍ନେହିଳ ଏବଂ ବିଶେଷ ଆମନ୍ତ୍ରଣ ପରେ ଅନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ହୋଟେଲ ମେଫାୟାରରେ ଅନୁଷ୍ଠିତ “ନାରୀଙ୍କ ଶକ୍ତି ଓ କୃତିତ୍ୱକୁ ସମ୍ମାନ ଏବଂ ସମ୍ବର୍ଦ୍ଧନାର ଉତ୍ସବ” କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ପ୍ରାପ୍ତ ହେଲା ବୋଲି ଖରିଆର ରୋଡ ନଗର ପାଳିକା ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ ପ୍ରକାଶ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଧର୍ମପତ୍ନୀ ଡାକ୍ତର ପ୍ରିୟଙ୍କା ମରାଣ୍ଡୀ , ବିଧାନସଭା ଅଧ୍ୟକ୍ଷା ଶ୍ରୀମତୀ ସୁରମା ପାଢ଼ୀ, ମୁଖ୍ୟ ଶାସନ ସଚିବ ଶ୍ରୀ ମତି ଅନୁ ଗର୍ଗ, ମହିଳା ଏବଂ ଶିଶୁ ବିକାଶ ବିଭାଗର କମିଶନର ଡାକ୍ତର ମୃଣାଳିନୀ ଦର୍ଶୱାଲ , ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ , ଶିଶୁ ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟନାୟକ, ନାରୀ ଶକ୍ତିର ପ୍ରତୀକ ଶ୍ରୀମତୀ ମନସ୍ମିତା ଖୁଣ୍ଟିଆ , ଶ୍ରୀମତୀ ମୁକ୍ତା ସାହୁ , ଶ୍ରୀମତୀ ସବିତା ନନ୍ଦ ପ୍ରମୁଖ ସହ ଅନେକ ପ୍ରେରଣାଦାୟୀ ମହିଳାଙ୍କ ସହ ଆତ୍ମୀୟ କଥାବାର୍ତ୍ତା ର ସୁଯୋଗ ପାଇଲି ବୋଲି ଡ଼ଃ ଜୈନ କହିଛନ୍ତି।ସମାଜରେ ମହିଳାଙ୍କ ଶକ୍ତି, ପ୍ରତିଭା ଏବଂ ଅବଦାନକୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏହି ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
