ନୂଆପଡ଼ା -୧୫/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୀଳଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୭୯ ତମ ସ୍ୱାଧୀନତା ଦିବସ ଏବଂ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି l ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜି ଯୋଗଦେଇ ଭାରତର ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀ ଚଟର୍ଜି ମହୋଦୟଙ୍କ ଧର୍ମପତ୍ନୀ ଶ୍ରୀମତୀ ସବିତା ଚଟର୍ଜି ଯୋଗଦାନ କରିଥିଲେ । ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରଶାନନ୍ଦ କୁମ୍ଭାର ମୁଖ୍ୟ ଅତିଥିଙ୍କୁ ପତାକା ଉତ୍ତୋଳନ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ପତାକା ଉତ୍ତୋଳନ ପରେ ପରେ ଛାତ୍ରଛାତ୍ରୀ ଗଣ ଜାତୀୟ ସଂଗୀତ ଗାନ କରିଥିଲେ । ମୁଖ୍ୟ ଅତିଥି ଭାରତର ସ୍ୱାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଥିବା ମହାପୁରୁଷ ମାନଙ୍କ ଜୀବନ କାହାଣୀ କହି ପିଲାମାନଙ୍କୁ ଭଲ ମଣିଷ ହେବାପାଇଁ ଉତ୍ସାହିତ କରିଥିଲେ।ଶେଷରେ ଆଚାର୍ଯ୍ୟ ସୁନେଶ୍ୱର ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନର ବିରତି ପରେ ଶିଶୁ ମନ୍ଦିରର ବନ୍ଦନା କକ୍ଷରେ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସଵ ପାଳନ କରାଯାଇଥିଲା । ଏହି ଅବସରରେ ହୋଇଥିବା ସାଂସ୍କୃତିକ ଓ ଧାର୍ମିକ ସଭା କାର୍ଯ୍ୟରେ ପରିଚାଳନା ସମିତି ର ସଭାପତି ସତ୍ୟବ୍ରତ ଗହୀର ସଭାପତିତ୍ୱ କରିଥିବାବେଳେ ପୁନର୍ବାର ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ଆୟକର କମିଶନର ଶ୍ରୀ ଚାଟାର୍ଜୀ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଚଟର୍ଜୀ ଏବଂ ସମ୍ପାଦକ ଲକ୍ଷ୍ମଣ ପ୍ରଧାନ, କୋଷାଧକ୍ଷ ଓଁକାର ପାଣ୍ଡେ ଓ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ l ଅତିଥିଗଣଙ୍କ ଦ୍ୱାରା ଦୀପ ପ୍ରଜ୍ବଳନ, ପୁଷ୍ପମାଲ୍ୟ ଅର୍ପଣ ଓ ନୈବେଦ୍ୟ ପ୍ରଦାନ ପୂର୍ବକ ଶ୍ରୀକୃଷ୍ଣ ମହାପ୍ରଭୁ ଓ ଅନ୍ୟାନ୍ୟ ଦେବାଦେବୀ ତଥା ଭାରତ ମାତାଙ୍କୁ ପୂଜନ କଲାପରେ ମହାପ୍ରଭୁଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା । ଏହା ପରେ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପୂର୍ବ ରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ଭାଇ ଭଉଣୀ ଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସଭାକାର୍ଯ୍ୟ ସଂଯୋଜନା କରିଥିଲେ , ସଭା ଶେଷରେ ଆଚାର୍ଯ୍ୟ ବୀରଭଦ୍ର ସା ଧନ୍ୟବାଦ ଦେଇଥିଲେ । ସଭାପରେ ଶ୍ରୀକୃଷ୍ଣ, ବଳରାମ , ଶ୍ରୀରାଧା, ସୁଦାମା, ଯଶୋଦା, ଦେବକୀ, ବାସୁଦେବ ଆଦି ବେଶରେ ସଜ୍ଜିତ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ଦହିହାଣ୍ଡି ଭଗ୍ନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି, ସଭାପତି ଓ ସମ୍ମାନିତ ଅତିଥି ସ୍ମୃତି ବୃକ୍ଷ ରୋପଣ କରିଥିଲେ। ପରେ ଅଖିଳେଶ ପାଣ୍ଡେଙ୍କ ନିର୍ଦେଶନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ଗୀତ ପରିବେଶିତ ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନ କରିବାରେ ଆଚାର୍ଯ୍ୟ କ୍ଷୀରାଦ୍ରୀ ସୁନାନୀ, ବେଣୁଧର ନିଆଲ, ସରୋଜ ସୁନାନୀ, ଆଚାର୍ଯ୍ୟା ଡ଼ୁମେରମତୀ ଗହୀର, ପ୍ୟାରୀ ସା, ମିନା କୁମାରୀ ନାଗ, ତଥା ସଭ୍ୟା କୁମାରୀ ମାଝୀ ସହଯୋଗ କରିଥିଲେ । ଫରସ ରାମ ସା, ଦୀପକ ସା, ଧୀରେନ୍ଦ୍ର ସା, ଗିରିଧାରୀ ତାଣ୍ଡି , ନାମ ତାଣ୍ଡି ଏବଂ ଅନେକ ଅଭିଭାବକ / ଅଭିଭାବିକା ଉପସ୍ଥିତ ଥିଲେ । ଏହି ଅବସରରେ ଖବର ଓ ଫୋକସ ପ୍ଲସ ର ନୂଆପଡା ଜିଲ୍ଲା ପ୍ରତିନିଧି ପତ୍ରବନ୍ଧୁ ବାଗ ଏବଂ ଅନୁଧ୍ୟାନ ଖବର କାଗଜ ଓ ଟିଭି ସିନାପାଲି ବ୍ଲକ ପ୍ରତିନିଧି ଚିନ୍ତାମଣି ନେତାମ ଙ୍କୁ ମୁଖ୍ୟ ଅତିଥି ଓ ସଭାପତି ଉପଢୌକନ ଦେଇ ସମ୍ମର୍ଦ୍ଧିତ କରିଥିଲେ।
ନୀଳଜି ସରସ୍ବତୀ ଶିଶୁ ମନ୍ଦିର ଠାରେ ସ୍ୱାଧୀନତା ଦିବସ ଓ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳିତ
72