Home ରାଜ୍ୟନୂଆପଡ଼ାରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ପାଇଁ ଜିଲ୍ଲା ସ୍ତରୀୟ ସତର୍କତା ଓ ତଦାରଖ କମିଟି ବୈଠକ

ନୂଆପଡ଼ାରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ପାଇଁ ଜିଲ୍ଲା ସ୍ତରୀୟ ସତର୍କତା ଓ ତଦାରଖ କମିଟି ବୈଠକ

by Maraguda Express
0 comments

ନୂଆପଡ଼ାରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ପାଇଁ ଜିଲ୍ଲା ସ୍ତରୀୟ ସତର୍କତା ଓ ତଦାରଖ କମିଟି ବୈଠକ
ନୂଆପଡ଼ା -୨୪/୬(ଏମ.ଇ)
ନୂଆପଡ଼ା ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ନିର୍ଯ୍ୟାତନା ନିବାରଣ ପାଇଁ ଜିଲ୍ଲା ସ୍ତରୀୟ ସତର୍କତା ଓ ତଦାରଖ କମିଟି ବୈଠକ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମଧୁସୂଦନ ଦାଶ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମାନ୍ୟବର ବିଧାୟକ ଖଡ଼ିଆଳ, ଅଧୀରାଜ ପାଣିଗ୍ରାହୀ, ପ୍ରେମ ଅଗ୍ରୱାଲ- ସାଂସଦଙ୍କ ପ୍ରତିନିଧି, ଅବନୀ ଯୋଶୀ – ବିଧାୟକ ନୂଆପଡା ପ୍ରତିନିଧି, ଭୀମସେନ ଶବର – ଅତିରିକ୍ତ ଜିଲ୍ଲାପାଳ, ଲମ୍ବୋଧର ଧରୁଆ – ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, ରଣଜିତ ନାୟକ – ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଚିନ୍ମୟ ସାଗର – ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଦିପ୍ତିମନ୍ତ ଭୋଇ – ଜିଲ୍ଲା ମଙ୍ଗଳ ଅଧିକାରୀ , ଅନୁସୂଚିତ ଜାତି ଓ ଜନଜାତି ପ୍ରତିନିଧି ହୋମ ସିଂ ମାଝୀ, ଡ. ବାସୁଦେବ ସୁନାନୀ, ସରୋଜିନୀ ମାଝୀ, ଯାଇରାମ ଶବର, ମୁରଲୀଧର ସୁନା, ଅଶ୍ୱିନୀ ସାହୁ, ସୋନାଲି ପାଣିଗ୍ରାହୀ ଯୋଗ ଦେଇଥିଲେ l ସ୍ଵେଚ୍ଛାସେବୀ ସଂଗଠନ ଲୋକ ଦୃଷ୍ଟି ରୁ ଅଶ୍ବିନୀ ସାହୁ, ୟାର୍ ରୁ ମହେନ୍ଦ୍ର ଯୋଶୀ, କଦମ୍ ରୁ ଜ୍ଞାନସେନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ବୈଠକ କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ପ୍ରଶାସନ ର ଆଭିମୁଖ୍ୟ ରହିଛି ଜିଲ୍ଲା ରୁ ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତି ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ସମ୍ପୂର୍ଣ୍ଣ ରୋକିବା ପାଇଁ l ମଣିଷ ଜାତି ଏକ ଓ ଆମ ମାନଙ୍କ ମଧ୍ୟରେ କୌଣସି ବିଭେଦ ରହିବା ଉଚିତ ନୂହେଁ l ବୈଠକରେ ନିର୍ଯାତନା ନିବାରଣ ଆଇନ ୧୯୮୯ ଉପରେ ବିସ୍ତୃତ ଆଲୋଚନା କରିବା ସହ ଏହି ଆଇନ ର ସୁଫଳ ଜନସାଧାରଣଙ୍କ ପାଖରେ କିପରି ପହଂଚି ପାରିବ ସେ ବିଷୟରେ ଆଲୋକପାତ କରା ଯାଇଥିଲା lଶେଷରେ ଶ୍ରୀ ଭୋଇ ଜିଲ୍ଲା ମଙ୍ଗଳ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha