Home ରାଜ୍ୟନୂଆପଡ଼ାରେ ଖରିଫ୍ ରୁତୁ ପାଇଁ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରକ କମିଟି ବୈଠକ

ନୂଆପଡ଼ାରେ ଖରିଫ୍ ରୁତୁ ପାଇଁ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରକ କମିଟି ବୈଠକ

by Maraguda Express
0 comments

ନୂଆପଡ଼ା ରେ ଖରିଫ୍ ରୁତୁ ପାଇଁ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରକ କମିଟି ବୈଠକ
ନୂଆପଡ଼ା -୨୪/୬(ଏମ.ଇ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଖରିଫ୍ ରୁତୁ ପାଇଁ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକଙ୍କ ଆବାହକତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଳା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା, ଡି ଆର୍ ସି ଏସ୍ ଶିବ ପ୍ରସାଦ ସ୍ୱାଇଁ, ଜଳ ଛାୟା ପ୍ରକଳ୍ପ ଉପ ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପାତ୍ର, ଜଳସେଚନ ବିଭାଗ ଯନ୍ତ୍ରି, ମାର୍କ ଫେଡ, ଇଫ୍କୋ ପରିଚାଳକ, କୃଷି ବିଭାଗର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ l ଜିଲ୍ଲାପାଳ ବୈଠକକୁ ସ୍ଵାଗତ କରି ନୂଆପଡ଼ା ଜିଲ୍ଳା ଭଳି କୃଷି ପ୍ରଧାନ ଜିଲ୍ଲାର ଦ୍ରୁତ ଉନ୍ନତି ପାଇଁ କୃଷିକୁ ପ୍ରାଧାନ୍ୟ ଦେବା ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରି ଜିଲ୍ଲାର ଅଧିକ ରୁ ଅଧିକ ଜନସାଧାରଣଙ୍କୁ ରୋଜଗାର ସୁଯୋଗ ଯୋଗାଇ ଦେବା ପାଇଁ ଆହ୍ଵାନ ଦେଇଥିଲେ l ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ନାୟକ ଜିଲ୍ଲାର କୃଷି ଭିତ୍ତିଭୂମି ଉପରେ ସୂଚନା ଦେଇ କହିଲେ ଯେ ଜିଲ୍ଲାରେ ଉପଲବ୍ଧ ଭିନ୍ନ ଭିନ୍ନ ଜଳସେଚନ ଉତ୍ସ (୯୬୮୨୯.୫୦ ହେକ୍ଟର) ଅନୁଯାୟୀ ଖରିଫ୍ ୨୦୨୫ ପାଇଁ ଭିନ୍ନ ଫସଲ ଅନ୍ତର୍ଗତ କୃଷି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ମୋଟ ୧୮୭୩୧୦ ହେକ୍ଟର ଜମି ଅନ୍ତର୍ଗତ କୃଷି କାର୍ଯ୍ୟକ୍ରମ ରଖାଯାଇଛି, ଯାହାରୁ ୯୦୩୩୦ ହେକ୍ଟର ଧାନ ଓ ୯୬୯୮୦ ହେକ୍ଟର ଅନ୍ୟାନ୍ୟ ଅଣଧାନ ଫସଲ ରହିଛି।ଏହାଛଡ଼ା ଖରିଫ୍ ୨୦୨୫ ଅବଧି ପାଇଁ ମୋଟ ୧୪୨୨୪ କ୍ୱିଣ୍ଟାଲ୍ ବିଭିନ୍ନ ବିହନ ମଞ୍ଜି ଚାଷୀଙ୍କୁ ବଣ୍ଟନ ପାଇଁ ଯୋଜନା କରାଯାଇଛି, ଯାହାରେ ୧୧୩୩୫ କ୍ୱିଣ୍ଟାଲ୍ ଧାନ ମଞ୍ଜି ଓ ୨୮୮୯ କ୍ୱିଣ୍ଟାଲ୍ ଅଣଧାନ ମଞ୍ଜି ଅନ୍ତର୍ଗତ ଅଛି। ଚଳିତ ବର୍ଷ ପାଇଁ ମୋଟ ୨୨୧୦୦ ମେ.ଟନ୍ ରାସାୟନିକ ସାର ଯୋଗାଣ ଯୋଜନା କରାଯାଇଛି, ଯହିଁରେ ୟୁରିଆ ୧୧୫୦୦ ମେ.ଟନ୍, ଡି.ଏ.ପି. ୭୦୦୦ ମେ.ଟନ୍, ଏନ.ପି.କେ. ୧୨୨୫ ମେ.ଟନ୍, ଓ କମ୍ପ୍ଲେକ୍ସ ସାର ୨୨୦୦ ମେ.ଟନ୍ ଅନ୍ତର୍ଗତ ଅଛି। ଏହା ସହିତ ନାନୋ ୟୁରିଆ ଓ ନାନୋ ଡି.ଏ.ପି.ବ୍ୟବହାର ବୃଦ୍ଧି ପାଇଁ ୧୩୭୧୫ ମେ.ଟନ୍ ଓ ୭୧୪୫ ମେ.ଟନ୍ ଯୋଗାଣ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି।
ଏହାଛଡ଼ା ଖରିଫ୍ ୨୦୨୫ ଅବଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଅନୁସାରେ ବ୍ଲକ୍ ଅନୁଯାୟୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି। ଏଥିରେ ଲାଇନ୍ ବିଭାଗଗୁଡିକ ମଧ୍ୟରୁ ଉଦ୍ୟାନକୃଷି, ମୃତ୍ତିକା ସଂରକ୍ଷଣ ଓ କୃଷି ବିଜ୍ଞାନ କେନ୍ଦ୍ର (KVK) ମଧ୍ୟ ତାଙ୍କର ଖରିଫ୍ ୨୦୨୫ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପସ୍ଥାପନ କରି ଥିଲେ ।ଜିଲ୍ଲାପାଳ ସମସ୍ତ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ଯେ, ମାଟି ନମୁନା ପରୀକ୍ଷା ଆଧାରରେ ସାର ବ୍ୟବହାର କରାଯାଉ। ନାନୋ ସାର ବ୍ୟବହାର ପାଇଁ ଜନସଚେତନତା ସୃଷ୍ଟି କରାଯାଉ l ସାର ବିକ୍ରେତା ହୋଲ୍ ସେଲର ଓ ରିଟେଲରେ ବିକ୍ରି ରେ ପାରଦର୍ଶିତା ରଖିବେ l
ସମସ୍ତ ବିହନ ବଣ୍ଟନ ରେ ଜନ ପ୍ରତିନିଧି ମାନଙ୍କୁ ସାମିଲ କରାଯିବ l ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାନଙ୍କ ପାଇଁ ପ୍ରଣିତ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଠିକ୍ ଭାବରେ କୃଷକ ମାନଙ୍କ ପାଖରେ ପହଞ୍ଚୁ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha