Home ରାଜ୍ୟନୂଆପଡ଼ା ଉପନିର୍ବାଚନ : ତଦାରଖ କରିବା ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରସ୍ତୁତି ତଦାରଖ ବୈଠକରେ ଯୋଗଦେଲେ।

ନୂଆପଡ଼ା ଉପନିର୍ବାଚନ : ତଦାରଖ କରିବା ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରସ୍ତୁତି ତଦାରଖ ବୈଠକରେ ଯୋଗଦେଲେ।

by Maraguda Express
0 comments

ନୂଆପଡା -୨୦/୧୦ (ସୁରେନ୍ଦ୍ର ତିୱାରୀ) ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ଓ ନିରପେକ୍ଷ ଭାବରେ ପରିଚାଳିତ କରିବା ସହିତ ସମଗ୍ର ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଭାରତ ନିର୍ବାଚନ କମିଶନ୍ ଙ୍କ ଦ୍ଵାରା ନିଯୁକ୍ତ ତିନି ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନୂଆପଡା ରେ ପହଞ୍ଚିଛନ୍ତି ।

ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ହିସାବରେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ହିସାବରେ ଅତୁଲ୍ ପାଣ୍ଡେ, ଭାରତିୟ ରାଜସ୍ଵ ସେବା, ଏବଂ ପୋଲିସ୍ ପର୍ଯ୍ୟବେକ୍ଷକ ହିସାବରେ ବି ଶଙ୍କର୍ ଜଇସ୍ୱାଲ୍ , ଭାରତୀୟ ପୋଲିସ୍ ସେବା ନୂଆପଡାରେ ନିଜନିଜ ଦାୟିତ୍ୱରେ ଯୋଗ ଦେଇଛନ୍ତି l ଜିଲ୍ଲାପାଳ ମଧୂସୁଦନ ଦାଶ ପର୍ଯ୍ୟବେକ୍ଷକ ମାନଙ୍କୁ ଜିଲ୍ଲାରେ ସ୍ବାଗତ କରି ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ। ଆଜି ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିନ୍ଦୁ ଉପ ଜିଲ୍ଲାପାଳ ତଥା ଆର୍ ଓ କାର୍ଯ୍ୟାଳୟ କୁ ଯାଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ତଦାରଖ କରିଥିଲେ l ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ଜିଲ୍ଲାପାଳ ଙ୍କ ସହିତ ନିର୍ବାଚନ ସହିତ ସଂପୃକ୍ତ ବିଭିନ୍ନ କମିଟି ର କାର୍ଯ୍ୟ ତଦାରଖ କରିଥିଲେ ।

ସେହିପରି ପୋଲିସ୍ ପର୍ଯ୍ୟବେକ୍ଷକ ଶ୍ରୀ ଜଇସ୍ୱାଲ୍ ନିର୍ବାଚନ ସମ୍ବନ୍ଧୀୟ ସମ୍ଭାବ୍ୟ ଆଇନ୍ ଶୃଙ୍ଖଳା ପରିସ୍ଥିତି ର ତର୍ଜମା କରିଥିଲେ । ସନ୍ଧ୍ୟାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ତିନି ପର୍ଯ୍ୟବେକ୍ଷକ ମିଳିତ ଭାବରେ ଏକ ସମୀକ୍ଷା ବୈଠକ ରେ ଯୋଗଦାନ କରିଥିଲେ । ଏଠାରେ ଜିଲ୍ଲାପାଳ ଶ୍ରୀ ଦାଶ ନିର୍ବାଚନର ପ୍ରଶାସନିକ ପ୍ରସ୍ତୁତି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ପାୱାର ପଏଣ୍ଟ ମାଧ୍ୟମରେ ବିସ୍ତୃତ ଉପସ୍ଥାପନା କରିଥିଲେ । ପର୍ଯ୍ୟବେକ୍ଷକମାନେ ସମସ୍ତ ବିଷୟ ବିଶଦ ସମୀକ୍ଷା କରି ଅଧିକାରୀ ମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଯେ ଭାରତ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ପ୍ରକ୍ରିୟାର ସମସ୍ତ ପ୍ରକ୍ରିୟାକୁ ତଦାରଖ କରି ସ୍ୱଚ୍ଛ, ନିରପେକ୍ଷ ଓ ପାରଦର୍ଶୀ ଭାବରେ ନିର୍ବାଚନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ପର୍ଯ୍ୟବେକ୍ଷକ ବିନ୍ଦୁ ରାଜନୈତିକ ଦଳ, ପ୍ରାର୍ଥୀ ଓ ମତଦାତାଙ୍କ ପାଇଁ ସ୍ଥାନୀୟ ସର୍କିଟ ହାଉସ ରେ ଦିନ ୧୧ ରୁ ୧୨ ଟା ଯାଏଁ ଉପଲବ୍ଧ ରହି, ତାଙ୍କ ଅଭିଯୋଗ ଓ ଅସୁବିଧା ଗୁଡିକୁ ସମାଧାନ କରିବେ।ତାଙ୍କର ମୋବାଇଲ୍ ନମ୍ବର ୯୦୭୮୭୫୨୪୫୨, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ପାଣ୍ଡେ ଙ୍କ ମୋବାଇଲ୍ ନମ୍ବର ୭୦୭୭୮୩୬୪୨୮, ପୋଲିସ୍ ପର୍ଯ୍ୟବେକ୍ଷକ ଶ୍ରୀ ଜଇସ୍ୱାଲ୍ ଙ୍କ ମୋବାଇଲ୍ ନମ୍ବର ୯୯୩୮୫୪୫୦୨୮ରେ ସେମାନଙ୍କୁ ଯୋଗାଯୋଗ କରି ନିର୍ବାଚନ ସମ୍ବନ୍ଧୀୟ ସମସ୍ୟା ଯେକେହି ଜଣାଇ ପାରିବେ l ପର୍ଯ୍ୟବେକ୍ଷକମାନେ ମତଦାନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି, ନିର୍ବାଚନ ଆୟୋଗ ଦ୍ୱାରା ନିଆଯାଇଥିବା ପଦକ୍ଷେପମାନଙ୍କ ସଠିକ କାର୍ଯ୍ୟାନ୍ୱୟନ ଓ ମତଦାତାଙ୍କ ସୁବିଧା ସୁନିଶ୍ଚିତ କରିବେ।ନୂଆପଡା ଉପନିର୍ବାଚନ ପାଇଁ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ନଭେମ୍ବର ୧୧ ତାରିଖରେ ଭୋଟ ଗ୍ରହଣ ଏବଂ ନଭେମ୍ବର ୧୪ ତାରିଖ ରେ ଭୋଟ ଗଣତି ହେବ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha