Home ରାଜ୍ୟନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

ନୂଆପଡ଼ା ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଙ୍କ ଭେଟି: ଖରିଆର ରୋଡ କୁ ମୁନସିପାଲଟି ଓ କୋମନା ,ସିନାପାଲି କୁ ଏନଏସି ଘୋଷଣା

by Maraguda Express
0 comments

ନୂଆପଡ଼ା -୬/୧୦ (ସୁରେନ୍ଦ୍ର ତିୱାରୀ ) ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲା କୁ ୧୧୦୦ ସହ କୋଟି ରୁ ଉର୍ଦ୍ଧ ଟଙ୍କା ର ୯୫୭ ଟି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରି ଭେଟି ଦେଇଛନ୍ତି।ଏ ଅବସର ରେ ନୂଆପଡ଼ା ଜିଲ୍ଲା ମିନି ଷ୍ଟାଡିୟମ୍ ଠାରେ ଏକ ସାଧାରଣ ସଭାକୁ ସମ୍ବୋଧନ କରି ଖରିରାର ରୋଡ ଏନଏ ସିଏ କୁ ମୁନସୀପାଲଟି ଓ କୋମନା ଓ ସିନାପାଲି କୁ ନୂତନ ଏନଏସି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କୁ ଶୁଣି ଉପସ୍ଥିତ ଜନତା କର ତାଳି ମାରି ଗଗନ ପବନ କମ୍ପାଇ ଦେଇଥିଲେ।

ସ୍ୱାଗତ ଭାଷଣ ଦେଇ ଜିଲ୍ଲାପାଳ ମଧୁସୁଦନ ଦାଶ ମୁଖ୍ୟ ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିଗଣ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ସ୍ଵାସ୍ଥ୍ୟ ଓ ସାଂସଦ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ,ଗଣ ଶିକ୍ଷା,ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ପଞ୍ଚାୟତି ରାଜ ଓ ପାନୀୟ ଜଳ ମନ୍ତ୍ରୀ ରବୀ ନାରାୟଣ ନାଏକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ଼ ସୋନିଆ ଜୈନ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରାରମ୍ଭିକ ମଞ୍ଚ ସଂଯୋଜନା ପାୟଲ ନାୟକ କରିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବାଗତ ଅଭିଭାଷଣ ଦେଇଥିଲେ ଓ ଏନଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ ସଭା ଶେଷ ରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha