2
ନୂଆପଡ଼ା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କ “ପୁରୀ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ” ରେ ଯାତ୍ରାରମ୍ଭ l
previous post

ନୂଆପଡ଼ା -୯/୩ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ “ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ” -୨୦୨୬ ମାଧ୍ୟମରେ ଗତକାଲି ଅପରାହ୍ନରେ ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ଏ ଅବସର ରେ ନୂଆପଡ଼ା ଆମ ବସ୍ ଷ୍ଟାଣ୍ଡ ପରିସର ରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତା ରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ତଥା ତାଙ୍କ ମାଁ କଳ୍ପନା ଢୋଲକିଆ, ବିଜେପି ଜିଲ୍ଲା ସଭାପତି କମଲେଶ ଦିକ୍ଷିତ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।