46

ନୂଆପଡା -୨୨/୧ (ସୁରେନ୍ଦ୍ର ତିୱାରୀ) ସପ୍ତାହବ୍ୟାପୀ ଜାତୀୟ କନ୍ୟା ଦିବସ–୨୦୨୬ ପାଳନ ଅବସରରେ ଆଜି ନୁଆପଡ଼ା ଜିଲ୍ଲାରେ ଏକ ପଦଯାତ୍ରା ଓ ସାଇକେଲ୍ ରାଲି ଆୟୋଜିତ ହୋଇଥିଲା। ଏହି ସଚେତନତା ମୂଳକ କାର୍ଯ୍ୟକ୍ରମଟି ଜିଲ୍ଲା ମହିଳା ସଶକ୍ତିକରଣ ହବ୍ ଓ ଜିଲ୍ଲା ସାମାଜିକ କଲ୍ୟାଣ କାର୍ଯ୍ୟାଳୟ ଦ୍ୱାରା ଜିଲ୍ଲା ପ୍ରଶାସନ ର ସହଯୋଗରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଏସ ଗୀତା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର କର୍ମଚାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ସିଡ଼ିପିଓ, ସୁପରଭାଇଜର , ଶିକ୍ଷକ ବହୁ ସଂଖ୍ୟାରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।

