ନୂଆପଡା ଜିଲ୍ଲାପାଳଙ୍କ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ l
ନୂଆପଡ଼ା -୩/୭(ସୁରେନ୍ଦ୍ର ତିୱାରୀ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ହସ୍ତଶିଳ୍ପ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଶିଳ୍ପୀ ଏବଂ ପାରମ୍ପରିକ କାରିଗର ମାନଙ୍କ ଦକ୍ଷତା ଏବଂ କୌଶଳ ବୃଦ୍ଧି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ହସ୍ତଶିଳ୍ପ ବିଭାଗ ଉପ ନିର୍ଦ୍ଦେଶକ ପୁଷ୍ପ ରଞ୍ଜନ ସାହୁ ବିଭାଗୀୟ କାର୍ଯ୍ୟାବଳୀ ଉପସ୍ଥାପନ କରିଥିଲେ l ଜିଲ୍ଲାରେ ଶିଳ୍ପୀଗ୍ରାମ ଯୋଜନାରେ ଖରିଆର ବ୍ଲକ ଅନ୍ତର୍ଗତ ଚିନ୍ଦାଗୁଡ଼ା ଗ୍ରାମରେ ୩୦ ଜଣ ମହିଳା ତାଲିମ ନେଉଛନ୍ତି। ତାଙ୍କ ପାଇଁ କଞ୍ଚାମାଲ ଯୋଗାଣ ତଥା ଯନ୍ତ୍ରପାତି ଯୋଗାଣ ସମ୍ବନ୍ଧରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ପ୍ରୋତ୍ସାହନକୁ ଜିଲ୍ଲାପାଳ ସମୀକ୍ଷା କରିଥିଲେ l ହସ୍ତଶୀଳ୍ପ କାରିଗର ମାନଙ୍କୁ ଆତ୍ମନିଯୁକ୍ତିର ସହାୟତା, ବ୍ୟାଙ୍କ ଋଣ ସହାୟତା ବିଷୟରେ ନିର୍ଦ୍ଦେଶ ଦେଇଥିଲେ l ନିପୁଣ ଶିଳ୍ପୀଙ୍କ ମାଧ୍ୟମରେ ହିରାପୁର, ସିନାପାଲି ବ୍ଲକ ଏବଂ ଦର୍ଲିମୁଣ୍ଡା, ନୂଆପଡାରେ କାରିଗର ମାନଙ୍କ ତାଲିମ ବିଷୟରେ ବୁଝିଥିଲେ। ଶିଳ୍ପୀଉନ୍ନତି ଯୋଜନାରେ କାରିଗର ମାନଙ୍କୁ ନିଜସ୍ୱ ଉତ୍ପାଦନ ପ୍ରତିଷ୍ଠା ପାଇଁ ବ୍ୟାଙ୍କ୍ ମାଧ୍ୟମରେ ୧୫ ଜଣଙ୍କୁ ଋଣ ଯୋଗାଇ ଦିଆ ଯାଇଛି l ଉକ୍ତ ରାଶି ଉପରେ ଅଂଶଧନ ବାବଦକୁ ପ୍ରକଳ୍ପ ମୂଲ୍ୟର ୨୦ ପ୍ରତିଶତ ସରକାରୀ ରିହାତି ପ୍ରଦାନ କରାଯାଇଛି l ୫ ଜଣ ହସ୍ତଶୀଳ୍ପ କାରିଗରଙ୍କୁ ଉନ୍ନତ ଧରଣର କର୍ମଶାଳା ନିର୍ମାଣ ନିମନ୍ତେ ଜଣପ୍ରତି ଏକ ଲକ୍ଷ ତିରିଶ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ହସ୍ତଶିଳ୍ପ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତି ସାମଗ୍ରୀ ଗୁଡିକୁ ପ୍ରଦର୍ଶନୀ ଏବଂ ନିକଟସ୍ଥ ବଜାର ମାଧ୍ୟମରେ ବିକ୍ରିବଟା ବ୍ୟବସ୍ଥା କରାଯାଇଛି l ବଜାର ଚାହିଦା ମୁତାବକ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ ପାଇଁ କାରିଗର ମାନଙ୍କୁ ଉତ୍ସାହିତ କରିବା ଏବଂ ପାରମ୍ପରିକ କୌଶଳ ରେ ନୂତନତା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଆରୋପ କରିଥିଲେ । ନୂଆପଡ଼ା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଳା ଘୋଷିତ ହୋଇଥିବାରୁ ଏହାର ସୁଯୋଗ ଶିଳ୍ପୀ ତଥା କାରିଗର ମାନେ ନେଇ ମାଟି କପ୍, ଗ୍ଲାସ, ଝୋଟ ବ୍ୟାଗ୍, ଫୋଲ୍ଡର, ବୋତଲ କଭର ଏବଂ ଆନୁଷଙ୍ଗିକ ଜିନିଷ ବହୁ ମାତ୍ରାରେ ନିର୍ମାଣ କରି ବଜାରକୁ ଛାଡ଼ିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି l ଅଧିକରୁ ଅଧିକ ସଂଖ୍ୟାରେ ଶ୍ରମିକ ଶ୍ରେଣୀ ବିଭାଗୀୟ ସୁଯୋଗ ପାଇଲେ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ସମସ୍ଯା ମଧ୍ୟ ଲୋପ ହୋଇ ପାରିବ ବୋଲି ସେ ଆଶା ପୋଷଣ କରିଥିଲେ l
ନୂଆପଡା ଜିଲ୍ଲାପାଳଙ୍କ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ
ନୂଆପଡା ଜିଲ୍ଲାପାଳଙ୍କ ହସ୍ତଶିଳ୍ପ ବିଭାଗର ସମୀକ୍ଷା ବୈଠକ
194