56
ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ।
previous post
ନୂଆପଡ଼ା – ୩/୧(ମାରାଗୁଡ଼ା ଏକ୍ସପ୍ରେସ ) ନୂଆପଡା ଜିଲ୍ଲା ଖରିଆର ରୋଡ଼ ଯୋଙ୍କ ନଦୀ ନିକଟସ୍ଥ ଶାନ୍ତି ଉଦ୍ୟାନ ଠାରେ ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି । ସଂଘ ସଭାପତି ସୁରେଶ ଆଚାରୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭା ରେ ସଂଘ ର ସମ୍ପାଦକ ଦେବାନନ୍ଦ ତାଣ୍ଡି ସଂଘ ର ପୂର୍ବ ର କାର୍ଯ୍ୟକଲାପ ଓ ଆଗାମୀ ଦିନରେ କଣ ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ସେ ଉପରେ ଆଲୋକପାତ କରିଥିଲେ ।
ବିଶେଷ କରି ଆଗାମୀ ଏପ୍ରିଲ ମାସରେ ରାଜ୍ୟ ସ୍ତରୀୟ ସଭା ଅନୁଷ୍ଠିତ ହେବାର ସ୍ଥିରି କୃତ ହୋଇଥିବା ବେଳେ ଜୁନ ରୁ ଜୁଲାଇ ଭିତରେ ନୂତନ କାର୍ଯ୍ୟକାରୀଣି କମିଟି ଚୟନ ଉପରେ ଆଲୋଚନା ହୋଇଥିଲା l ଏହା ସହ ଜିଲ୍ଲା ମୁଖ୍ୟାଳୟ ରେ ସାମ୍ବାଦିକ ପାଇଁ କୌଣସି କାର୍ଯ୍ୟାଳୟ କିମ୍ବା ବିଶ୍ରାମ ଗୃହ ର ଆବଶ୍ୟକତା ଥିବାରୁ ଏହାର ବ୍ୟବସ୍ଥା କିଭଳି ହେବ ସେଉପରେ ଆଲୋକପାତ କରାଯିବା ସହ ସଂଘ ର ନୂତନ କୋଠା ନିର୍ମାଣ ଉପରେ ଆଲୋଚନା ହୋଇଥିଲା ।
ଏହା ସହ ପ୍ରତ୍ୟକ ତିନି ମାସ ରେ ସାମାଜିକ ସଚେତନତା କାର୍ଯ୍ୟ ଯେମିତି କି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର, ସାମ୍ବାଦିକ ତାଲିମ ଶିବିର ଭଳି ବିଭିନ୍ନ କାର୍ଯ୍ୟକ୍ରମ ହେବାର ସ୍ଥିରିକୃତ ହୋଇଛି l ଏହି ଅବସରରେ ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଓ କେନ୍ଦ୍ର ସଦସ୍ୟ ଦୀପକ ମିଶ୍ର ଙ୍କ ସହ ମନୋଜ କୁମାର ସଗରିଆ ଜିଲ୍ଲାରେ ସାମ୍ବାଦିକ ସୁରକ୍ଷା ଉପରେ କିଭଳି ଜିଲ୍ଲା ପ୍ରଶାସନ କୁ ଅବଗତ କରାଯାଇ ପାରିବ ସେ ଉପରେ ଆଲୋକପାତ କରିଥିଲେ l ଏହି ସାଧାରଣ ବୈଠକ ରେ ସିନାପାଲି, ଖଡ଼ିଆଳ, ବୋଡେ଼ନ ଓ ନୂଆପଡା ବ୍ଲକ ର ଲୋକନାଥ ମହାପାତ୍ର, ସୁରେନ୍ଦ୍ର ତିୱାରୀ, ଅମିତ ପୁରୋହିତ, ସତୀଶ ଯୋଶୀ, ହେରମ୍ବ ମେହେର, ରାଜ କିରଣ ସିଂ ଦେଓ, ମୋହନଲାଲ ଦୀପ, ସାମ୍ବ ସରାଫ, ସୁରେଶ ଦଣ୍ଡସେନା, ଅଭିଷେକ ଆଚାରୀ, ଚନ୍ଦ୍ର ବେହେରା, ବିଶୁଦ୍ଧର ବନଛୋର, ବିଶ୍ୱନାଥ ସାମଳ ଓ ଗେଞ୍ଜଲାଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

