Home ରାଜ୍ୟପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନା ଛାତ୍ରଙ୍କ ସଫଳତା।

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନା ଛାତ୍ରଙ୍କ ସଫଳତା।

ମୋବାଇଲ ଆପ "ସତର୍କ ସଙ୍କେତ" ଦୁର୍ଘଟଣା ରୋକିବା ସହିତ ଜିଲ୍ଲା ପାଇଁ ଗୌରବ ଆଣିଛି - ଜିଲ୍ଲାପାଳ

by Maraguda Express
0 comments
 ନୂଆପଡା -୫/୧୨ (ସୁରେନ୍ଦ୍ର ତିୱାରୀ) ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ଦ୍ଵାରା ପରିଚାଳିତ “ଅଟଳ ଟିଙ୍କରୀଙ୍କ ଲ୍ୟାବ ମାନଙ୍କର ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଦ୍ଧିକୋମନାର ଛାତ୍ର ସୁମିତ୍ ବାଗ, ସାଇ ସ୍ବରାଜ ପଣ୍ଡା ଓ କନ୍ହୟା ରାଉତ “ସ୍ଥାନ ଆଧାରିତ ସତର୍କତା ଯନ୍ତ୍ର” ତିଆରି କରିଥିଲେ । ଶିକ୍ଷକ ଦେବରାଜ ଧିଣ୍ଡା ଓ ବିପ୍ଳବ ବାଗ ଙ୍କ ତତ୍ତ୍ଵାବଧାନ ତଥା ପ୍ରଧାନଶିକ୍ଷକ ଶଶିପାତ୍ର ତାଣ୍ଡିଙ୍କ ମାର୍ଗଦର୍ଶନରେ ଏହି ପ୍ରକଳ୍ପ ସହିତ ଛାତ୍ରମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରକଳ୍ପ ପ୍ରତ୍ୟହ ଯାତାୟାତ କରୁଥିବା ଚାଳକ ମାନଙ୍କ ପାଇଁ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ସତର୍କ ସୂଚନା ଦେଇ ସହାୟକ ହୋଇ ପାରିବ। ଛାତ୍ରମାନେ ଏଥିପାଇଁ ଗୋଟିଏ ମୋବାଇଲ ଆପ (ସତର୍କ ସଙ୍କେତ) ତିଆରି କରିଛନ୍ତି ଯାହା ଦୁର୍ଘଟଣା ଜନିତ ସ୍ଥାନ ମାନଙ୍କରେ ଯନ୍ତ୍ରଟିକୁ ମେସେଜ ଦିଏ ଯାହା ସାଉଣ୍ଡ କରି ଚାଳକଙ୍କୁ ସତର୍କ କରାଇ ଦୁର୍ଘଟଣାରୁ ରକ୍ଷା କରେ । ଛାତ୍ର ମାନଙ୍କ ଏହି ପ୍ରକଳ୍ପଟି ରାଜ୍ୟ ସ୍ତରରେ ଦ୍ଵିତୀୟ ପୁରସ୍କାର ପ୍ରାପ୍ତ ହୋଇ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛି । ଏଥିପାଇଁ ନୂଆପଡ଼ା ଡିଇଓ ପ୍ରଶାନ୍ତ କୁମାର ମହାନ୍ତି, ଏଡିଇଓ ରେଶମ ଲାଲ ନାୟକ ତଥା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସାହା ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ଛାତ୍ରଗଣ, ସଂମ୍ପୃକ୍ତ ଶିକ୍ଷକ, ବିଦ୍ୟାଳୟ କତୃପକ୍ଷ ତଥା ଜିଲ୍ଲା ଶିକ୍ଷା ବିଭାଗକୁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଶଂସା କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha