ବୋଡ଼େନ-୩୧/୮ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତ ବେଲଗାଁ ବରଗଛ ଠାରେ ପ୍ରଥମ ଥର ପାଇଁ ନୁଆଁଖାଇ ଭେଟଘାଟ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମର ଝାଙ୍କର,ଗୌନ୍ତିଆ,କମିଟି ସଭାପତି, ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ଦ୍ୱାରା ଗ୍ରାମ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଆୟୋଜନ କମିଟି ସଭାପତି ତଥା ରଜନା ସରପଞ୍ଚ କ୍ଷୀରସିନ୍ଧୁ ଭୋଇଙ୍କ ନେତୃତ୍ୱରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ମୁଖ୍ୟଵକ୍ତା ଭାବରେ କୋମନା ସରପଞ୍ଚ ମୃତୁଞ୍ଜୟ ପାଣିଗ୍ରାହୀ ଯୋଗଦେଇଥିବା ବେଳେ ହୀରାଧର ଝାକର, ଗଙ୍ଗାରାମ କଟା, ମୋହନ କେତକୀ, ଅନ୍ତରାମ ଭୋଇ, ତ୍ରିଲୋଚନ କରୁଆଁ, ଲଛମଣ ସଗରିଆ, ଗଣ୍ଡରାମ ସଗରିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।ଗ୍ରାମର ସମସ୍ତ ଜନ ସାଧାରଣଙ୍କ ଉପସ୍ଥିତିରେ କୁରେପତ୍ରରେ ନୂଆ ଚୁଡା, ପିଠା ପଣା, ପ୍ରସାଦ ବଣ୍ଟନ କରି, ନିଆରା ଢଙ୍ଗରେ ଏକାଠି ବାସୀ ନୁଆଁଖାଇ ଥିଲେ । ପରେ ନୁଆଁଖାଇ ଭେଟଘାଟ ହୋଇଥିଲା ବଡ଼ ମାନଙ୍କୁ ସମ୍ମାନ ଦେଇ ଛୋଟ ମାନେ ଜୁହାର,ମୁଣ୍ଡିଆ ମାରି ନୂଆଖାଇ ଭେଟଘାଟ ହୋଇଥିଲା ।
ପରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଗୀତରେ କମ୍ପି ଉଠିଥିଲା ମଞ୍ଚ । ସଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ଗୀତ ପ୍ରତିଯୋଗିତାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
ଏହି ଅବସରରେ ଗୌତମ ବାଗ ମଞ୍ଚପରିଚାଲନା କରିଥିବା ବେଳେ କାନୁ ଚରଣ ବାଗ, ଟଙ୍କଧର କେତକୀ, ରୁପସିଂ ଭୋଇ, ମେଘନାଥ ଖର୍ସେଲ ପ୍ରମୁଖ ବିଚାରକ ଭାବରେ ରହିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଇନ୍ଦ୍ରମଣି ବାଗ, ଯୁବ ସାମ୍ବାଦିକ ହରେରାମ କରୁଆଁ, ବିଜୁ ଭୋଇ, ଚୌଉବନ କେତକୀ, ଜୟସିଂ କରୁଆଁ, ପିଲାରମ ଭୋଇ, ପିଛାରୁ କରୁଆ, ତ୍ରିନାଥ ସଲମା, ନରସିଂହ ବାଗ, ଲାଇବାନ ଭୋଇ, ତୁଳସୀରାମ ବନଛୋର, ଚମାର କରୁଆଁ, ଲଳିତ ଦଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବେଲଗାଁରେ ଧୁମ ଧାମରେ ପାଳିତ ହେଲା ନୁଆଁଖାଇ ଭେଟଘାଟ
"କୋମନା ବ୍ଲକ ଅନ୍ତର୍ଗତ ରଜନା ପଞ୍ଚାୟତ ବେଲଗାଁ ବରଗଛ ଠାରେ ପ୍ରଥମ ଥର ପାଇଁ ନୁଆଁଖାଇ ଭେଟଘାଟ ୨୦୨୫ ଅନୁଷ୍ଠିତ ହୋଇଯାଇଛି"
74