ବୋଡେନ – ୧୨/୮ (ଜଗତ ରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ଖଇରା ଗ୍ରାମପଞ୍ଚାୟତ ଅଧିନସ୍ତ ଅମେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ଓ ୨ଟି ଶିକ୍ଷକ ଙ୍କୁ ଅନ୍ୟତ୍ର ବଦଳି ଯୋଗୁଁ ଆସନ୍ତୋଷ ଅବିଭାବକ ଓ ଛାତ୍ର ଛାତ୍ରୀ ସ୍କୁଲ ଗେଟ ରେ ତାଲା ପକାଇ ଦୀର୍ଘ ତିନିଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟ ରେ ୮ ଟି କ୍ଲାସ କୁ ଚାରିଟି ଶିକ୍ଷକ ଥିବାବେଳେ ପିଲାସଂଖ୍ୟା ୨ ଶହ ୩୬ ଥିବାବେଳେ ଶିକ୍ଷଦାନ ରେ ବହୁଦିନରୁ ବାଧାପ୍ରାପ୍ତ ହେଉଥିଲା, ପୁଣି ସ୍ଥାନୀୟ ଉତ୍ତମ ଶିକ୍ଷକ ମାନଙ୍କୁ ସାତ ଦିନ ତଳେ ବଦଳି କରିଦେଇଥିଲେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ । ଏଣୁ ଏହାର ପ୍ରତିବାଦ ରେ ଗାଁ ଲୋକେ, ଛାତ୍ରଛାତ୍ରୀ ଓ ଅଭିଭାବକ ତାଲାମାରି ବିକ୍ଷୋଭ ପ୍ରଦର୍ଶନ କଲାପରେ ବୋଡେ଼ନ ବିଇଓ ରୁଦ୍ରେଶ୍ୱର ମେହେର ଓ ଖଇରା କ୍ଲଷ୍ଟର ସିଅରସିସି ଉତ୍ତମ ପ୍ରସାଦ ମହାଉତି ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଜଣେ ଶିକ୍ଷକ ଓ ପନ୍ଦର ଦିନ ମଧ୍ୟରେ ଆହୁରି ଜଣେ ଶିକ୍ଷକ ଦେବେବୋଲି ପ୍ରତିଶ୍ରୁତି ଦେଲାପରେ ଗ୍ରାମର ଧରଣୀ ହଂସ, ଟିପୁ ହଂସ କୈଳାଶ ଦଲ, ବିଶେଶ୍ୱର ହଂସ, ରୁପସୀଙ୍ଗ ହଂସ, ଯୋଗେନ୍ଦ୍ର ଛତ୍ରିଆ, ମହେଶ ହଂସ, ଦିଲୀପ ବିଭାର, ମହେଶ ହଂସ, ନୀଳାମ୍ବର ବିଭାର ଦିଆଳୁ ହଂସ, ପର୍ଶୁ ବେମାଲ ତଥା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରାୟ ୨ ଶହ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ଯାଇଥିଲେ ।
ବୋଡ଼େନ ବ୍ଲକ : ଅମେରା ଉ.ପ୍ରା. ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ଛାତ୍ର ଛାତ୍ରୀ ଓ ଅବିଭାବକ ମାରିଲେ ତାଲା
116