203
ବୋଡେ଼ନ ବ୍ଲକ ଖଇରା ଅଞ୍ଚଳ ରେ କମ ବର୍ଷା, ଚାଷୀକୁଳ ହତାଶ
ବୋଡ଼େନ-୧୫/୭ (ଜଗତ ରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର ଖଇରା, ବାଗବାହାଲ, କେଶରାଜପୁର, ସୁନାପୁର, କୀରେଝୋଲା, ଅମେରା ତଥା ଖଇରା ଓ ସୁନାପୁର ଅଞ୍ଚଳରେ ଦଶ ଦିନତଳେ ଅସରାଏ ବର୍ଷା ହୋଇ ପନ୍ଦର ଦିନହେବ ପ୍ରାୟତଃ ଜମିଗୁଡିକ ରେ ବେଉଷଣ ହୋଇପାରିନି l ଧାନ ତଳି ରୁଆ କାମ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଥିବା ଦେଖାଯାଇ ଅଛି। ଏବର୍ଷ ଆଶାଢ଼ ମାସ ସରି ଶ୍ରାବଣ ପ୍ରଥମ ସପ୍ତାହ ସରିଥିଲେ ମଧ୍ୟ କେଉଁ ଜମିରେ ମଧ୍ୟ ପାଣି ମୁନ୍ଦାଏ ଦେଖିବାକୁ ପାଣି ଟିକେ ମିଳୁନି, ଏଣୁ ମେଘାଚ୍ଛନ୍ନ ଥିଲେ ମଧ୍ୟ ବର୍ଷା ନ ହେବା ରୁ ଚାଷୀକୁଳ ହତାଶ ହୋଇପଡିଛନ୍ତି l ବର୍ଷା ଯଦି କିଛିଦିନ ନ ଆସିବ ଖଇରା ଅଞ୍ଚଳ ସମ୍ପିର୍ଣ୍ଣ ଗଜା ମରୁଡି ହେବା ଆଶଙ୍କା ଦେଖା ଦେଇଛି l