Home ରାଜ୍ୟଭଟ୍ଟାପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।

ଭଟ୍ଟାପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା -୧୮/୧୦- ସିନାପାଲି ବ୍ଲକ ଅନ୍ତର୍ଗତ ପୋର୍ଟିପଡ଼ା ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଠାରେ ଭଟ୍ଟାପାଣି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସିଆରସିସି ତରୁଣ କୁମାର ମେହେରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ଶ୍ରୀ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବୈଲୋଚନ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜ୍ଯୋସ୍ନାରାଣୀ ମାଝୀ, ନେତ୍ରା ନାୟକ, କୂଳଚନ୍ଦ୍ର ମାଝୀ ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ ପୂର୍ବକ ସୁରଭି କାର୍ଯ୍ଯକ୍ରମର ଶୁଭାରମ୍ଭ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ଵିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକୃତା, ତର୍କ, କୁଇଜ, ନୃତ୍ୟ, ସଙ୍ଗୀତ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନରେ ସହଯୋଗ କରିଥିଲେ । ଅପରାହ୍ଣରେ ସିଆରସିସି ତରୁଣ କୁମାର ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ଯ ଅତିଥି ଭାବରେ ପ୍ରଧାନଶିକ୍ଷକ ପଂଚୁରାମ ମାଝୀ ଓ ମୁଖ୍ଯବକ୍ତା ଭାବରେ ସ୍ଥାନୀୟ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟର ଅଧ୍ଯକ୍ଷ ମହାତ୍ମା ଗିରି ଓ ସମ୍ମାନିତ ଅତିଥି ଭାବରେ ହରିଶ୍ଚନ୍ଦ୍ର ମହାପାତ୍ର, ଡାଳେଶ୍ବର ମାଝୀ, ମୋହନ ବାଗ, କ୍ଷିରସିନ୍ଦୁ ପୋଡ଼, ଲକ୍ଷ୍ମଣ ମାଝୀ ଯୋଗ ଦେଇ ସମସ୍ତଙ୍କ ମିଳିତ ପ୍ରୟାସରେ ଶିଶୁ ପ୍ରତିଭାଙ୍କ ବିକାଶ ହୋଇପାରିବ ବୋଲି ମତ ବ୍ଯକ୍ତ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ମୁଖ୍ଯ ଆକର୍ଷଣ ସାଜିଥିଲା । ପ୍ରାରମ୍ଭରେ ଝସକେତନ ମେହେର ସ୍ବାଗତ କରିଥିବା ବେଳେ ଶେଷରେ ଉପାସୁ ବାଗ ଧନ୍ଯବାଦ ଦେଇଥିଲେ । ଏ ଅବସରରେ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ଯକ୍ରମ ସଫଳତାରେ ବୌମକେଶ ସାହୁ, ସରୋଜ ପାଢ଼ୀ, ସବିତା ମେହେର, କୄଷ୍ଣଚନ୍ଦ୍ର ଧାକଡ଼, ହରେକୄଷ୍ଣ ମେହେର, ରୋସନ ସେଠୀ, ଶୁଭଲକ୍ଷ୍ମୀ ଜେନା, ତ୍ରିଲୋଚନ ମେହେର ପ୍ରମୁଖ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha