ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ) ଭାରତର ନୂତନ ଶିକ୍ଷାନୀତି -୨୦୨୦ ର ପଞ୍ଚମ ବର୍ଷ ପ୍ରତି ଉପଲକ୍ଷେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ବିଶେଷ ବକ୍ତା ରୂପେ ଡ଼ ମହେନ୍ଦ୍ର କୁମାର ମିଶ୍ରଙ୍କୁ ନିମନ୍ତ୍ରିତ କରାଯାଇଥିଲା । ୨୯ ଜୁଲାଇ ୨୦୨୫ ଦିନ ଭରତ ମଣ୍ଡପମ ମଞ୍ଚରେ ଭାରତର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଦେଶର ଦଶଜଣ ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ ଓ ଅନେକ ଶିକ୍ଷାବିତ ଯୋଗଦେଇ ଆଗାମୀ ବର୍ଷରେ ଦେଶ କିପରି ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ବିଶ୍ୱ ବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ଜ୍ଞାନ କୌଶଳ ବୃଦ୍ଧି ସହିତ କର୍ମ କ୍ଷେତ୍ରରେ ସଫଳ ହେବେ ତାହା ଉପରେ ବିଶଦ ରୂପେ ଆଲୋଚନା ହୋଇଥିଲା । ଡ଼. ମିଶ୍ର ଭାରତର ବହୁ ଭାଷିକ ଶିକ୍ଷା ଉପରେ ମନ୍ତବ୍ୟ ଦେଇ କହିଲେ ପିଲାଙ୍କ ଭାଷାରୁ ପାଠ ପଢl ଆରମ୍ଭ କରି ସମୟ କ୍ରମେ ରାଜ୍ୟ ଭାଷା, ଦେଶର ଭାଷା ଓ ବିଦେଶୀ ଭାଷା ଶିଖେଇବା ଆବଶ୍ୟକ l ବିଷେତଃ ଦେଶର ଆଦିବାସୀ ପିଲାମାନେ ରାଜ୍ୟ ଭାଷା ବୁଝି ନ ଥିବାରୁ ସେମାଙ୍କୁ ସେମାନଙ୍କ ଭାଷା ଓ ସଂସ୍କୃତି ର ଆଶ୍ରୟ ନେଇ ପାଠ୍ୟ ପୁସ୍ତକ ପ୍ରସ୍ତୁତି କରି ଶିକ୍ଷକଙ୍କୁ ତାଲିମ ଦେଇ ବହୁଭାଷୀ ଶିକ୍ଷା ପଢ଼ାଇବା ଆବଶ୍ୟକ । ଏହି ସଂଗୋଷ୍ଠୀ “ଭାରତୀୟ ଭାଷାରେ ଶିକ୍ଷାଦାନ” ପ୍ରସଙ୍ଗରେ ଆଲୋଚନା କଲାବେଳେ, ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ର ମୁଖ୍ୟ ବ୍ୟକ୍ତି ଯଥା ଅନିଲ ସ୍ୱହସ୍ତ ବୁଦ୍ଧେ, ପ୍ରଫେସର ଜଗଦୀପ କୁମାର, ଚାମୁ କେ ଶାସ୍ତ୍ରୀ, ଡ଼. ଅନୁରାଧା ଶର୍ମା, ଡ଼. ଶୈଳେନ୍ଦ୍ର ମୋହନ ଓ ଡ଼. ମହେନ୍ଦ୍ର କୁମାର ମିଶ୍ର ନିଜ ନିଜ ମନ୍ତବ୍ୟ ରଖି ପିଲାଙ୍କ ଭାଷାରେ ସ୍କୁଲରେ ଶିକ୍ଷା ଦାନ ଦେବା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ । ଡ଼. ମିଶ୍ର ଗତ ୨୦ ବର୍ଷ ତଳେ ଓଡ଼ିଶାରେ ଆରମ୍ଭ କରିଥିବା ଆଦିବାସୀ ବହୁ ଭାଷିକ ଶିକ୍ଷା ଏବେ ସାରା ଭାରତରେ ଗୃହୀତ ତଥା ଆନ୍ତର୍ଜାତିକ କ୍ଷେତ୍ରରେ ଅଦ୍ଭୁତ ପ୍ରଦର୍ଶନ ଦେଖାଇଛି ।
ଭାରତର ନୂତନ ଶିକ୍ଷାନୀତି -୨୦୨୦ ର ପଞ୍ଚମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ବକ୍ତା ରୂପେ ନିମନ୍ତ୍ରିତ ଡ.ମିଶ୍ର
83