Home ରାଜ୍ୟଭାରତ ନିର୍ବାଚନ ଆୟୋଗ

ଭାରତ ନିର୍ବାଚନ ଆୟୋଗ

ଭାରତ ନିର୍ବାଚନ ଆୟୋଗ

by Maraguda Express
0 comments
ଭାରତ ନିର୍ବାଚନ ଆୟୋଗ
ନୂଆପଡ଼ା -୧୨/୭(DI&PRO) ପ୍ରେସବିଜ୍ଞପ୍ତି,
ବିହାରର ପ୍ରାୟ ସମସ୍ତ ଭୋଟରଙ୍କ ସହିତ ଭାରତ ନିର୍ବାଚନ ଆୟୋଗ ସିଧାସଳଖ ସମ୍ପର୍କ ସ୍ଥାପନ କରିଛନ୍ତି l ବିହାରର ୮୦.୧୧% ଭୋଟର ସେମାନଙ୍କର ଗଣନା ଫର୍ମ ଦାଖଲ କରିସାରିଛନ୍ତି।
ଇ.ସି.ଆଇନେଟ (ECINet) ରେ ନୂତନ ଯାଞ୍ଚ ମଡ୍ୟୁଲ୍ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇଛି।
୭୭,୮୯୫ ବୁଥ-ସ୍ତରୀୟ ଅଧିକାରୀ (BLO) ଏବଂ ୨୦,୬୦୩ ନୂତନ ଭାବରେ ନିଯୁକ୍ତ ବୁଥ-ସ୍ତରୀୟ ଅଧିକାରୀ (BLO) ସହିତ ନିର୍ବାଚନ ଆୟୋଗ, ନିର୍ଦ୍ଧାରିତ ତାରିଖ ୨୫ ଜୁଲାଇ ୨୦୨୫ ପୂର୍ବରୁ ଗଣନା ଫର୍ମ (EF) ସଂଗ୍ରହ ସମାପ୍ତ କରିବାକୁ ଆଗକୁ ବଢ଼ୁଛି। ୩୮ ଜିଲ୍ଲାର ନିର୍ବାଚନ ଅଧିକାରୀ (DEO), ସମସ୍ତ ୨୪୩ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଏବଂ ୯୬୩ ସହାୟକ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO) ସମେତ ସମସ୍ତ କ୍ଷେତ୍ରସ୍ତରୀୟ ଦଳଗୁଡ଼ିକକୁ ଏହି ଉଦ୍ଦେଶ୍ୟରେ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କଡ଼ାକଡ଼ି ତଦାରଖ ମଧ୍ୟ କରୁଛନ୍ତି।
ନିର୍ବାଚନ ଆୟୋଗର ଏହି ପ୍ରୟାସ ଗୁଡ଼ିକ ସଫଳ କରିବାପାଇଁ ସମସ୍ତ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ୧.୫ ଲକ୍ଷ ବୁଥ-ସ୍ତରୀୟ ପ୍ରତିନିଧି (BLA ) କୌଣସି କସରତ ଛାଡ଼ିନାହାନ୍ତି । ସେମାନେ ୨୪ ଜୁନ୍ ୨୦୨୫ ସୁଦ୍ଧା ବିହାରରେ ଭୋଟର ତାଲିକାରେ ସମସ୍ତ ଭୋଟରଙ୍କୁ ସାମିଲ କରିବା ପାଇଁ ଘର ରୁ ଘର ପରିଦର୍ଶନ କରୁଛନ୍ତି । ୪ ଲକ୍ଷରୁ ଅଧିକ ସ୍ୱେଚ୍ଛାସେବକ ମାନେ ମଧ୍ୟ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଭୋଟର ଏବଂ ଅନ୍ୟାନ୍ୟ ଦୁର୍ବଳ ଗୋଷ୍ଠୀଙ୍କୁ ସହାୟତା କରିବା ପାଇଁ ବିଶେଷ ପ୍ରୟାସ କରୁଛନ୍ତି।
୧୦୦% ମୁଦ୍ରଣ ଏବଂ ସମସ୍ତ ଭୋଟରଙ୍କୁ ଗଣନା ଫର୍ମ (EF) ବଣ୍ଟନ ଶେଷ ହେବା ପରେ, ଆଜି ସନ୍ଧ୍ୟା ୬:୦୦ ଟା ସୁଦ୍ଧା ସଂଗ୍ରହ ୬,୩୨,୫୯,୪୯୭ କିମ୍ବା ୮୦.୧୧% ଅତିକ୍ରମ କରିଛି। ଅର୍ଥାତ୍ ବିହାରରେ ପ୍ରତି ୫ ଭୋଟରଙ୍କ ମଧ୍ୟରୁ ୪ ଜଣ ଗଣନା ଫର୍ମ (EF) ଦାଖଲ କରିଛନ୍ତି। ଏହି ଗତି ସହିତ, ୨୫ ଜୁଲାଇ ୨୦୨୫ ପୂର୍ବରୁ ଅଧିକାଂଶ ଗଣନା ଫର୍ମ (EF) ସଂଗ୍ରହ ହେବାର ସମ୍ଭାବନା ଅଛି ।
୧ ଅଗଷ୍ଟରେ ପ୍ରକାଶିତ ହେବାକୁ ଥିବା ଚିଠା ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ, ଭୋଟରମାନଙ୍କୁ ସେମାନଙ୍କର ଗଣନା ଫର୍ମ (EF) ଦାଖଲ କରିବାକୁ ପଡ଼ିବ, ବିଶେଷକରି, ଯୋଗ୍ୟତା ଦସ୍ତାବିଜ ସହିତ। ଯଦି କୌଣସି ଭୋଟରଙ୍କୁ ଯୋଗ୍ୟତା ଦସ୍ତାବିଜ ଦାଖଲ କରିବା ପାଇଁ ଅଧିକ ସମୟ ଆବଶ୍ୟକ ହୁଏ, ତେବେ ସେ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଅର୍ଥାତ୍ ଦାବି ଏବଂ ଆପତ୍ତି ଦାଖଲ କରିବାର ଶେଷ ତାରିଖ ପର୍ଯ୍ୟନ୍ତ ସେଗୁଡ଼ିକୁ ପୃଥକ ଭାବରେ ଦାଖଲ କରିପାରିବେ ଏବଂ ସ୍ୱେଚ୍ଛାସେବକଙ୍କ ସାହାଯ୍ୟ ମଧ୍ୟ ନେଇପାରିବେ।
ଆଉ ଏକ ପଦକ୍ଷେପ ସମୟ ମଧ୍ୟରେ ହାସଲ କରି, ବୁଥ-ସ୍ତରୀୟ ଅଧିକାରୀ (BLO) ମାନେ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଇ.ସି.ଆଇନେଟ (ECINet) ରେ ୪.୬୬ କୋଟି ଗଣନା ଫର୍ମ ଡିଜିଟାଇଜେସନ୍ ଏବଂ ଅପଲୋଡ୍ କରିସାରିଛନ୍ତି। ଇ.ସି.ଆଇନେଟ (ECINet) ହେଉଛି ନୂତନ ଭାବରେ ବିକଶିତ ସମନ୍ୱିତ ସଫ୍ଟୱେର୍ ଯାହା ମଧ୍ୟରେ ପୂର୍ବରୁ ଥିବା ସମସ୍ତ ୪୦ଟି ଏସି ଆପ୍ ଗୁଡ଼ିକୁ ସମାହିତ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha