Home ରାଜ୍ୟଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : କୋମନା 

ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : କୋମନା 

by Maraguda Express
0 comments

ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : କୋମନା
ନୂଆପଡା -୧୪/୭(ସୁରେନ୍ଦ୍ର ତିୱାରୀ) ଆଜି କୋମନା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ନୂଆପଡା ଜିଲ୍ଲା ସ୍ଥରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଆରକ୍ଷୀ ଅଧିକ୍ଷକ ଗୁଣ୍ଡାଲା ରାଘବେନ୍ଦ୍ର ରେଡ୍ଡୀ ଶିବିରରେ ଉପସ୍ଥିତ ରହି ମିଳିତ ଭାବେ ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ କରିଥିଲେ। ଶିବିରରେ ସର୍ବମୋଟ ୪୮ ଗୋଟି ବ୍ୟକ୍ତିଗତ ଓ ୧୦ ଗୋଟି ସାମୁହିକ ଅଭିଯୋଗ ହସ୍ତଗତ ହୋଇଥିଲା। ଉପରୋକ୍ତ ଅଭିଯୋଗ ଗୁଡିକର ତଦନ୍ତ ସହ ଯଥାଶୀଘ୍ର ସମାଧାନ ପାଇଁ ଉପସ୍ଥିତ ଜିଲ୍ଲା ଓ ବ୍ଲକ ସ୍ଥରୀୟ ଅଧିକାରୀ ଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ.। ଏହି ଶିବିରରେ ଖରିଆର ବନ ଖଣ୍ଡ ଅଧିକାରୀ ଅଜିଜ ଖାନ, ସି. ଡି.ଏମ. ଓ ବିଭିନ୍ନ ବିଭାଗ ର ଜିଲ୍ଲାସ୍ଥରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା: ରମେଶ ଚନ୍ଦ୍ର ପାଠକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ରେ କୁରୁମ୍ପୁରୀ ଠାରେ ଅନୁଷ୍ଠିତ ସମ୍ପ୍ରସାରିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha