Home ରାଜ୍ୟରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।

ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ।

by Maraguda Express
0 comments
ବରଗଡ-୮/୩- ବରଗଡ ଜ଼ିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ ପାଳନ ପାଇଁ ବର୍ତ୍ତମାନ ଜୋରସୋର ରେ ପ୍ରସ୍ତୁତି ଚାଲିଛି l ବିଶେଷ କରି ଏହି ବିଦ୍ୟାଳୟ ସନ ୧୯୦୦ ରେ ତତ୍କାଳୀନ ବ୍ରିଟିଶ ସରକାର ସମୟରେ ପ୍ରତିଷ୍ଠା ହୋଇଥିଲା l ବର୍ତ୍ତମାନ ଏହି ବିଦ୍ୟାଳୟ ୧୨୫ ବର୍ଷ ରେ ପଦାର୍ପଣ କରିଛି । ଏହି ଅବସରରେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କମିଟି ତରଫରୁ ଓଡିଶା ର ମାନ୍ୟବର ରାଜ୍ୟପାଳ ଡ଼ କମ୍ଭୁପତି ହରିବାବୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ସରକାରଙ୍କୁ ନିମନ୍ତ୍ରଣ କରିଛନ୍ତି l ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମଧ୍ୟ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ କମିଟି ତରଫରୁ ଦେବେନ୍ଦ୍ର ପାତ୍ର, ମନୋଜ କୁମାର ପଧାନ, କୈଲାସ ସେଠ୍, ସଂଯୁ ବିଶି, ସୁନୀଲ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉଭୟେ ଶତପଞ୍ଚବିଂଶତି ଜୟନ୍ତୀ ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ( ରିପୋର୍ଟ – ନୀରୋଜ କୁମାର ପାଣି)

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha