
ରୋଗୀ ଙ୍କୁ ଇଞ୍ଜେକସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲିଆଡ଼ ନୂଆପଡା – ୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସ୍ଥିତ ଲିଆଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଫାର୍ମାସିଷ୍ଟ ଓ ସିକ୍ୟୁରିଟି ଗାର୍ଡ ଭରସା ରେ ଚାଲିଛି, ଅବ୍ୟବସ୍ଥା ଯୋଗୁଁ ରୋଗୀ ହେଉଛନ୍ତି ହନ୍ତସନ୍ତ। ଜଣେ ରୋଗୀ ଙ୍କୁ ସ୍ଵାସ୍ଥ୍ୟ କେନ୍ଦ୍ର ର ସିକ୍ୟୁରିଟି ଗାର୍ଡ ଇଞ୍ଜେକସନ ଦେଇ ଜାଣି ନ ଥିବା ବେଳେ, ରୋଗୀ ଯନ୍ତ୍ରଣା ରେ ଛଟ ପଟ ହୋଇ କାନ୍ଦ ବୋବାଳି କରୁଥିବା ହସ୍ପିଟାଲ ପରିସର ରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଗଡରାମାଳ ଗ୍ରାମର ଜନୈକ ମହିଳା ରୋଗୀ ନିଜ ପିତା ଘର କୁ ଯାଇ ଥିବା ବେଳେ ସେଠାରେ ମସ୍ତିସ୍କ ଜ୍ଵର ରେ ପୀଡ଼ିତ ହୋଇ ଚିକିତ୍ସା ପାଇଁ ଲିଆଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ହେଲେ ସେଠାରେ ଥିବା ଫାର୍ମାସିଷ୍ଟ ମନ୍ମଥ ସିଂ ସ୍ଵାସ୍ଥ୍ୟ କେନ୍ଦ୍ର ର ସିକ୍ୟୁରିଟି ଗାର୍ଡ ଗଣପତି ବାଗ କୁ ଇଞ୍ଜେକସନ ଦେବା ପାଇଁ କହିବାରୁ ରୋଗୀ ଙ୍କୁ ଇଞ୍ଜେକସନ ଦେଇଥିଲେ। ହେଲେ ଶରୀର ର ଯେଉଁ ସଠିକ୍ ସ୍ଥାନ ରେ ଦେବା କଥା ସେହି ଜାଗାରେ ନ ଦେଇ ଭୁଲ ସ୍ଥାନରେ ଇଞ୍ଜେକସନ ଲାଗିବାରୁ ରୋଗୀ ଜଣକ ଭିଷଣ ଯନ୍ତ୍ରଣା ରେ ଛଟ ପଟ ହୋଇ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ଦାଣ୍ଡରେ ଗଡି ପଡ଼ିଥିଲେ। ଏଭଳି ସିକ୍ୟୁରିଟି ଗାର୍ଡ ହାତରେ ରୋଗୀ ସେବା ଯୋଗାଇବା ଲୋକଙ୍କ ଜୀବନ ସହ ଖେଲ ଖେଳୁଥିବା ବେଳେ ଏହାକୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂପର୍କ ରେ ସିକ୍ୟୁରିଟି ଗାର୍ଡ ଗଣପତି ବାଗ ଙ୍କୁ ପଚାରିବାରୁ ହସ୍ପିଟାଲ ବନ୍ଦ ହେବାକୁ ଯାଉଥିଲା ରୋଗୀ ଙ୍କୁ ଦେଖି ଇଞ୍ଜେକସନ ଦେଇଥିବା କହିଥିଲେ। ସେହିପରି ଫାର୍ମାସିଷ୍ଟ ମନ୍ମଥ ସିଂ ଙ୍କୁ ପଚାରିବାରୁ ଇଞ୍ଜେକସନ ଷ୍ଟାଫ ନର୍ସ ଦେବା କଥା କିନ୍ତୁ ଭୁଲ ରେ ହେଇ ଯାଇଛି ବୋଲି ସ୍ବୀକାର କରିଥିଲେ। ସୂଚନା ଯୋଗ୍ୟ ଯେ, ସିନାପାଲି ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଲିଆଡ ସ୍ଵାସ୍ଥ୍ୟ କେନ୍ଦ୍ର ଅବସ୍ଥିତ। ଏହି ସ୍ଵାସ୍ଥ୍ୟ କେନ୍ଦ୍ର ରେ ମଖାପଦର ଗ୍ରାମପଞ୍ଚାୟତ ଓ ଗଣ୍ଡାବାହାଲି ସମେତ ପଡୋଶୀ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଞ୍ଚଳ ର ଲୋକେ ନିର୍ଭର କରିଥାନ୍ତି। ହେଳେ ଆବଶ୍ୟକ ଡାକ୍ତର ନ ଥିବରୁ ରୋଗୀ ମାନେ ହଇରାଣ ହେବା ସହ ଉଚିତ୍ ସ୍ଵାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସରକାରୀ ନିୟମ ଅନୁସାରେ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଜଣେ ଡାକ୍ତର, ଜଣେ ଆୟୁସ ଡାକ୍ତର, ଫାର୍ମାସିଷ୍ଟ ମହିଳା ସ୍ଵାସ୍ଥ୍ୟ କର୍ମୀ, ୱାର୍ଡ, ଆଟେଣ୍ଡାଣ୍ଡ, ଷ୍ଟାଫ ନର୍ସ ରହିବା କଥା। ହେଲେ ଏଠାରେ ପଦବୀ ଶୂନ୍ୟ ପଡ଼ିଛି। ଏ ସଂପର୍କ ରେ ନୂଆପଡ଼ା ଜିଲ୍ଲାପାଳ ଙ୍କୁ ପଚାରିବାରୁ ସିନାପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିବା ସହ ଜନସାଧାରଣ ମଧ୍ଯ ଏ ଦିଗରେ ସଚେତନ ହେବା କଥା ବୋଲି ପ୍ରକାଶ କରିଥିଲେ।
ରୋଗୀ ଙ୍କୁ ଇଞ୍ଜେକସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲିଆଡ଼
ରୋଗୀ ଙ୍କୁ ଇଞ୍ଜେକସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ : ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଲିଆଡ଼
220