Home ରାଜ୍ୟଲଖନା : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ବନ୍ଧରେ ସଚେତନତା ଶିବିର।

ଲଖନା : କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ବନ୍ଧରେ ସଚେତନତା ଶିବିର।

by Maraguda Express
0 comments

ନୂଆପଡ଼ା -୧୮/୮ (ସୁରେନ୍ଦ୍ର ତିୱାରୀ) ଲଖନା ଗ୍ରାମ ପଞ୍ଚାୟତ କାର୍ଯାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ବନ୍ଧରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସଚିବ ନବନୀତା ଦାଶ, ଜିଲ୍ଲ ମୂଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପଜିଲ୍ଲାପାଳ ସୁରମୀ ସୋରେନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, କୋମନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସର୍ବେଶ୍ଵରଜାଲ,ଜିଲ୍ଲା ଏବଂ ବ୍ଲକର ଅନ୍ଯାନ୍ଯ ବରିଷ୍ଠ ଅଧିକାରୀଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ସମ୍ବନ୍ଧରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଯଦି କୌଣସି ଉପଯୁକ୍ତ ବ୍ୟକ୍ତି କୌଣସି ଯୋଜନାରୁ ବଞ୍ଚିତ ହୁଅନ୍ତି ତାହେଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସାହାର୍ଯ୍ଯ ନେବାକୁ ପ୍ରାଧୀକରଣର ସଚିବ ସୁଶ୍ରୀ ଦାଶ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ଲଖନା ଗ୍ରାମରେ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ସଂଗ୍ରହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha