13

ନୂଆପଡ଼ା -୨୨/୩- ନୂଆପଡ଼ା ଜିଲ୍ଲା ସିନାପାଳି ଅଞ୍ଚଳରୁ ହାଇଦ୍ରାବାଦକୁ ଶ୍ରମିକ ଚାଲାଣ ସମ୍ପର୍କିତ ଅଭିଯୋଗ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ କମିଶନର ରବୀନ୍ଦ୍ର ବାର୍ଲା, ଖଡିଆଳ ଏସଡିପିଓ ଉପେନ୍ଦ୍ର ପ୍ରଧାନ, ମୋଟର ଯାନ ନିରୀକ୍ଷକ (ଏମଭିଆଇ) ନୂଆପଡ଼ା ଟିଡିଆର/ଏଟିଡିଆର, ଆଇଆଇସି ଓ ଦବ୍ଲୁଇଓ, ସିନାପାଲି ଦ୍ଵାରା ଏକ ଯୁଗ୍ମ ଯାଞ୍ଚ କରାଯାଇଥିଲା।

