Home ରାଜ୍ୟସମନ୍ବିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ (ଓଇପିକ୍ରା) ସମୀକ୍ଷା ବୈଠକ

ସମନ୍ବିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ (ଓଇପିକ୍ରା) ସମୀକ୍ଷା ବୈଠକ

by Maraguda Express
0 comments

ସମନ୍ବିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ (ଓଇପିକ୍ରା) ସମୀକ୍ଷା ବୈଠକ
ନୂଆପଡ଼ା -୨୧/୬(ଏମ.ଇ)ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ସମନ୍ବିତ ଜଳ ସେଚନ ପ୍ରକଳ୍ପ ଓ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ (ଓଇପିକ୍ରା )ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ କାର୍ଯ୍ୟକ୍ରମର ସଂଯୋଜକ ତଥା କ୍ଷୁଦ୍ର ଜଳ ସେଚନ ବିଭାଗ , ଖଡିଆଲ ର ଅଧିକ୍ଷଣ ଯନ୍ତ୍ରୀ ସରୋଜ କୁମାର ସା , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନାୟକ , ସହକାରି ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଂସଦା , ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜନ କୁମାର ସାହୁ , ଡ଼ି.ପି.ଏମ. ପି.ପି.ଏସ୍.ୟୁ, , ଓଇପିକ୍ରା ଟିମ୍ ଲିଡର ଜୋନ ୪ – (କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲା ) ପରୀକ୍ଷିତ ଚୌହାନ,କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ାର ବୈଜ୍ଞାନିକ ଲବ ସୋରେନ, ସହଯୋଗୀ ଅନୁଷ୍ଠାନ – ଇନ୍‌ଷ୍ଟିଚୁଟ ଅଫ ରୁରାଲ ଡେଭେଲପମେଣ୍ଟ ଏଣ୍ଡ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ, ଆଇ. ଆର.ଡି.ଏମ.ଏସ. ର କର୍ମକର୍ତ୍ତା, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକର ପ୍ରାରମ୍ଭରେ ଟିମ୍ ଲିଡ଼ର, ଓଇପିକ୍ରା , ଶ୍ରୀ ଚୌହାନ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ତଥା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କ୍ଷୁଦ୍ର ଜଳ ସେଚନ, କୃଷି, ଉଦ୍ୟାନ କୃଷି , ମତ୍ସ୍ୟ ବିଭାଗ ତଥା ସହଯୋଗୀ ଅନୁଷ୍ଠାନ ଆଇଆର ଡ଼ିଏମ.ଏସ. ର ଭୂମିକା ଉପରେ ଆଲୋକପାତ କରିଥିଲେ । ବିଶ୍ଵବ୍ୟାଙ୍କ ଦ୍ୱାରା ଅନୁଦାନ ପ୍ରାପ୍ତ ଏହି ପ୍ରକଳ୍ପ ଅଧିନରେ ଗତ ଆର୍ଥିକ ବର୍ଷ ୨୦୨୪- ୨୫ ରେ କୋମନା ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ମା ଝରଣ ମାଉଲି ପାଣି ପଞ୍ଚାୟତ (କାମକେଡ଼ା କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପ ) ରେ ଓଇପିକ୍ରା ପ୍ରକଳ୍ପ ପାଣ୍ଠିରୁ କୃଷି ବିଭାଗରୁ ୫୭.୧୮ ଲକ୍ଷ , ଉଦ୍ୟାନ କୃଷି ବିଭାଗରୁ ୧୨୩.୭୨ଲକ୍ଷ , ମତ୍ସ୍ୟ ବିଭାଗରୁ ୯.୨୫ ଲକ୍ଷ ଟଙ୍କାର ଭିନ୍ନ ଭିନ୍ନ ଯୋଜନା ପାଣି ପଞ୍ଚାୟତର ଆୟକଟରେ ବସବାସ କରୁଥିବା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ତଥା ପାଣି ପଞ୍ଚାୟତର ସଦସ୍ୟ ମାନଙ୍କୁ ଯୋଗାଇ ଦିଆଯାଇଛି।ସେହିପରି ଚଳିତ ଆର୍ଥିକ ବର୍ଷ ୨୦୨୫ -୨୬ ରେ ଓଇପିକ୍ରା ପ୍ରକଳ୍ପ ଅଧିନରେ ଖରିଆର ବ୍ଳକ୍ ଅନ୍ତର୍ଗତ ବଡ଼ ମହେଶ୍ୱର ପାଣି ପଞ୍ଚାୟତକୁ ହାତକୁ ନିଆଯାଇଛି। ଏହି ବର୍ଷ ଉକ୍ତ ପାଣିପଞ୍ଚାୟତ ପାଇଁ ଓଇପିକ୍ରା ପାଣ୍ଠି ରୁ କୃଷି ବିଭାଗକୁ ୩୦ ଲକ୍ଷ , ଉଦ୍ୟାନ କୃଷି ବିଭାଗକୁ ୪୨ ଲକ୍ଷ ଓ ମତ୍ସ୍ୟ ବିଭାଗ କୁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ବୈଠକ କୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ ଏହି ଯୋଜନା ସଠିକ ଭାବରେ କାର୍ଯ୍ୟକାରୀ ହେଲେ ସମ୍ପୃକ୍ତ ଅଞ୍ଚଳରୁ କିଛି ମାତ୍ରାରେ ପ୍ରବାସୀ ଶ୍ରମିକ ପଳାୟନ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।ଯୋଜନାରେ ସ୍ଵଚ୍ଛତା ଏବଂ ପାରଦର୍ଶିତା ଆଣିବା ପାଇଁ ସୋସିଆଲ ଅଡ଼ିଟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha