Home ରାଜ୍ୟସମସ୍ତ ପ୍ରକଳ୍ପର ଗୁଣବତ୍ତା ଠିକ୍ ରହିବା ସହିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହେବ – ଜିଲ୍ଲାପାଳ

ସମସ୍ତ ପ୍ରକଳ୍ପର ଗୁଣବତ୍ତା ଠିକ୍ ରହିବା ସହିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ ହେବ – ଜିଲ୍ଲାପାଳ

ନୂଆପଡ଼ା ଜିଲ୍ଲାପାଳଙ୍କ ଜଳସେଚନ ବିଭାଗ (ମଧ୍ୟମ) କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୮/୨ – ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜଳସେଚନ ବିଭାଗ (ମଧ୍ୟମ ଜଳସେଚନ ପ୍ରକଳ୍ପ)ର କାର୍ଯ୍ୟାବଳୀର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ରୋହିତ ଅଗ୍ରୱାଲ କାର୍ଯ୍ୟ ଖସଡା ଓ ସଫଳତାର ବିବରଣୀ ଉପସ୍ଥାପନା କରିଥିଲେ । ସର୍ବ ପ୍ରଥମେ, ନୂଆପଡ଼ା ଜିଲ୍ଲାର ସଫଳ ରବି ଜଳସେଚନ ବିଷୟରେ ସମ୍ୟକ ଭାବେ ଆଲୋଚନା କରାଯାଇଥିଲା ।
ବିଭାଗ ଦ୍ଵାରା ଖରିଫ୍ ଋତୁରେ ୨୨୬୨୫ ଏଵଂ ରବି ରେ ୬୯୭୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି l ଏହାଦ୍ଵାରା ୧୧୮ ଟି ଗ୍ରାମର ଚାଷୀ ୫୨ ଟି ପାଣି ପଞ୍ଚାୟତ ଦ୍ଵାରା ଉପକୃତ ହେଉଛନ୍ତି l ଜିଲ୍ଲାପାଳଙ୍କ ପୂର୍ବ ସମୀକ୍ଷା ବୈଠକରେ ୩ ଗୋଟି ସର୍ଭିସ ରୋଡ଼, ୫ ଗୋଟି ନଦୀବନ୍ଧ ସୁରକ୍ଷା କାର୍ଯ୍ୟ, ସାଇପଲା ନଦୀବନ୍ଧର ଉନ୍ନତିକରଣ, ୬ ଗୋଟି ମଧ୍ୟମ ଜଳସେଚନ ପ୍ରକଳ୍ପର କେନାଲ ଲାଇନିଙ୍ଗ, ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା l ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଗୁଣବତ୍ତାକୁ ବଜାୟରଖି ସମୟସୀମା ମଧ୍ୟରେ ଶୀଘ୍ର ସମ୍ପାଦନ କରିବା ନିମନ୍ତେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ବର୍ତ୍ତମାନ, ସେଥିମଧ୍ୟରୁ ୧ ଗୋଟି ସର୍ଭିସ ରୋଡ଼ କାମ ସମାପ୍ତ ହୋଇ ସାରିଛି ଅନ୍ୟ ଦୁଇ ଗୋଟି ସର୍ଭିସ ରୋଡ଼ ୭୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି । କେନାଲ ଲାଇନିଙ୍ଗ, ମରାମତି ଓ ରକ୍ଷଣା ବେକ୍ଷଣ କାର୍ଯ୍ୟ ୯୦ ପ୍ରତିଶତ ହୋଇ ସାରିଛି । ବଳକା କାର୍ଯ୍ୟଗୁଡିକୁ ମଧ୍ୟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଜିଲ୍ଲାପାଳ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଘୋଷଣା କରାଯାଇଥିବା ୪ ଗୋଟି କାର୍ଯ୍ୟର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ବର୍ତ୍ତମାନ, ଏହି କାର୍ଯ୍ୟର ଡି ପି ଆର୍ ଓ ଖର୍ଚ୍ଚ ଆକଳନ ପାଇଁ ଉକ୍ତ ସ୍ଥାନଗୁଡିକର ସର୍ଭେ କାର୍ଯ୍ୟ ଜାରୀ ରହିଛି । ଏହା ସରିଲା ପରେ, ଉକ୍ତ ପ୍ରକଳ୍ପ ଗୁଡିକ ପ୍ରାୟତଃ ଜୁନ ମାସରେ ଆରମ୍ଭ ହେବାର ସମ୍ଭାବନା ଅଛି ।
ଏହି ବୈଠକରେ ନୂଆପଡ଼ା ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସୌମ୍ୟ ରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ଜ୍ୟୋତିର୍ମୟୀ ଦାସ, ବିଘ୍ନେଶ୍ୱର ପ୍ରଧାନ, ସୁଶାନ୍ତ କିସାନ୍ , ସୌରଭ ରଞ୍ଜନ ପରିଡ଼ା, ସମସ୍ତ କନିଷ୍ଠ ଯନ୍ତ୍ରୀ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha