ନୂଆପଡ଼ା- ୨୯/୯ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି ।ବରିଷ୍ଠ ସଦସ୍ଯ ଡମ୍ବରୁଧର ମେହେରଙ୍କ ସଭାପତିତ୍ବରେ ଏନେଇ ଅନୁଷ୍ଠିତ ସଭାରେ କମିଟିର ସଭାପତି ଭାବରେ ଶଶିଭୂଷଣ ମାଝୀ, ଉପସଭାପତି ହରିଓମ ଜିନ୍ଦଲ, ସଂପାଦକ ଦିନେଶ କୁମାର ମେହେର, ସହସଂପାଦକ ମଧୁସୂଦନ ପାତ୍ର ଓ କୋଷାଧ୍ୟକ୍ଷ ଭାବରେ ମୁନେଶ କୁମାର ଅଗ୍ରୱାଲଙ୍କୁ ସର୍ବସମ୍ମତିରେ ଚୟନ କରାଯାଇଥିଲା । ସେହିପରି ଦୈନନ୍ଦିନ ମନ୍ଦିର ପରିଚାଲନା ବିଭାଗରେ ଗୀତାଞ୍ଜଳି ମେହେର, ଭାରତୀ ଅଗ୍ରୱାଲ, ବିତ୍ତ ବିଭାଗରେ ରାଧେଶ୍ଯାମ ଜିନ୍ଦଲ, ହୀରାଲାଲ ଅଗ୍ରୱାଲ, ପ୍ରଚାରପ୍ରସାରରେ ତ୍ରିନାଥ ମେହେର, ସାନୁର୍ଯ୍ଯ ମେହେର ଓ ଯଜ୍ଞ ପରିଚାଳନାରେ ତରୁଣ କୁମାର ମେହେର, ରମେଶ ମେହେରଙ୍କୁ ଦାୟିତ୍ବ ଦିଆଯାଇଛି । କମିଟିର ଉପଦେଷ୍ଟା ଭାବରେ ଡମ୍ବରୁଧର ମେହେର, ପୂର୍ଣ୍ଣଚନ୍ଦ୍ର ମେହେର, ଲମ୍ବୋଦର ମେହେର, ଲକ୍ଷ୍ମଣ ମେହେର, ଜୟରାମ ମେହେର, ଲକ୍ଷ୍ମୀଧର ମେହେର, ଲିଙ୍ଗରାଜ ନାଏକ, ଜଗବନ୍ଧୁ ମେହେର, ଭୁବନେଶ୍ବର ପଟେଲ ରହିଛନ୍ତି । ସେହିପରି ହରେକୄଷ୍ଣ ମେହେର, ନମିତା ମେହେର, ଡମ୍ବରୁଧର ମେହେର, ଜୀତେନ୍ଦ୍ର ମେହେର, ସସ୍ମିତା ମେହେର, ଲିପ୍ସା ମେହେର, ପିଙ୍କି ମେହେର ପ୍ରମୁଖଙ୍କୁ ସଭ୍ଯସଭ୍ଯା ମନୋନିତ କରାଯାଇଛି ।
ସିନାପାଲି ଗାୟତ୍ରୀ ଶକ୍ତିପୀଠ ପରିଚାଳନା କମିଟି ନୂତନ କର୍ମକର୍ତ୍ତା ଚୟନ।
130