Home ରାଜ୍ୟହର୍ ଘର୍ ତ୍ରିରଙ୍ଗା ବାଇକ୍ ରେଲି ଓ ଶୋଭାଯାତ୍ରାରେ ଦେଶପ୍ରେମର ଝଲକ୍ ଦେଖାଇଲେ କେନ୍ଦ୍ରୀୟ ସୁରକ୍ଷା ବଳ

ହର୍ ଘର୍ ତ୍ରିରଙ୍ଗା ବାଇକ୍ ରେଲି ଓ ଶୋଭାଯାତ୍ରାରେ ଦେଶପ୍ରେମର ଝଲକ୍ ଦେଖାଇଲେ କେନ୍ଦ୍ରୀୟ ସୁରକ୍ଷା ବଳ

by Maraguda Express
0 comments

ନୂଆପଡା -୧୨/୮ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ଆଜି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ କେନ୍ଦ୍ରୀୟ ସୁରକ୍ଷା ବଳ ହର୍ ଘର୍ ତ୍ରିରଙ୍ଗା ବାଇକ୍ ରେଲି ଓ ଶୋଭାଯାତ୍ରାରେ ଯାଇ ଦେଶପ୍ରେମର ଝଲକ୍ ଦେଖାଇ ଥିଲେ l ନୂଆପଡାରେ ଅବସ୍ଥାପିତ ଉଭୟ ୨୧୬ ଏଵଂ ୧୯ ନମ୍ବର ବାଟାଲିୟନର ବିର ଯବାନ ମାନେ ଶତାଧିକ ସଂଖ୍ୟାରେ ଏକ ବାଇକ୍ ରେଲୀ ରେ ସିଲଦାରୁ ବାହାରି ଗୋଟମା ଏୟାର ଷ୍ଟ୍ରିପ ଦେଇ ଖରିଆର ରୋଡ ସହର ପରିକ୍ରମା କରିଥିଲେ l ଭାରତ ମାତାକି ଜୟ ଏଵଂ ବନ୍ଦେ ମାତରଂ ଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଏହାର ନେତୃତ୍ୱ ନେଇଥିଲେ ୨୧୬ ବାଟାଲିୟନ ର କମ୍ମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ ଯୋଶ, ସେକେଣ୍ଡ ଇନ୍ କମାଣ୍ଡ କ୍ରିପାରାମ୍ କୁଅଁର ଏଵଂ ଡେପୁଟୀ କମ୍ମାଣ୍ଡାଣ୍ଟ ମୁକେଶ କୁମାର୍ l ସେହିପରି ୧୯ ନମ୍ବର ବାଟାଲିୟନ, ଗୋଡଫୁଲା ତରଫରୁ ନେତୃତ୍ୱ ନେଇଥିଲେ କମ୍ମାଣ୍ଡାଣ୍ଟ ଦୀପକ ମଣି ତ୍ରୀପାଠୀ, ସେକେଣ୍ଡ ଇନ୍ କମାଣ୍ଡ ପ୍ରଣୟ ଶେଖର ଏବଂ ଆସିଷ୍ଟାଣ୍ଟ କମ୍ମାଣ୍ଡାଣ୍ଟ ମୁନା ପ୍ରସାଦ । ଏହି ବାଇକ୍ ରେଲି ର ଉଦ୍ଦେଶ୍ୟ ଥିଲା ପ୍ରତି ଭାରତିୟଙ୍କ ମନରେ ଦେଶପ୍ରେମ ଜାଗ୍ରତ କରିବା, ଆମ ଦେଶ ମାତୃକା ତଥା ପ୍ରିୟ ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନ ଦେବା ଏବଂ ଜାତୀୟ ସଂହତି ସ୍ଥାପନ କରିବା l ସୂଚନା ଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ବୀର ଯବାନ ଘରେ ଜାତୀୟ ପତାକା ଗର୍ବର ସହିତ ଉଡିବ ଏବଂ ସେମାନେ ଏବଂ ତାଙ୍କ ପରିବାର ବର୍ଗ ଏଥିରେ ସମସ୍ତ ସାଇ ପଡ଼ିଶାଙ୍କୁ ମଧ୍ଯ ସାମିଲ୍ କରି ପ୍ରତି ଘରେ ତ୍ରିରଙ୍ଗା ଉଡ଼ିବା ପାଇଁ ପ୍ରୋତ୍ସାହିତ କରିବେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha