

ଜରୁରୀ କାଳୀନ ପରିସ୍ଥିତି ୨୫ ଜୁନ କୁ ମନେ ପକାଇ ଭାଜପା ର “କଳା ଦିବସ” ପାଳିତ ।
ନୂଆପଡ଼ା- ୨୬/୬(ଏମ.ଇ) ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ,ନୂଆପଡ଼ା ଠାରେ ଗତ କାଲି ୨୫ ଜୁନ ୧୯୭୫ ର ଜରୁରୀ କାଳୀନ ପରିସ୍ଥିତି କୁ ମନେ ପକାଇ “କଳା ଦିବସ” ରୂପେ ୨୫ ଜୁନ କୁ ପାଳିତ କରିଛନ୍ତି । ଭାରତରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣାର ୫୦ତମ ବର୍ଷ ପୂରଣ ଓ ସେ ସମୟ ର ତତ୍କାଳୀନ କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଭ୍ୟନ୍ତରୀଣ ଅଶାନ୍ତି ବାହାନା ରେ ମଧ୍ୟ ରାତ୍ରୀରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ। ଅନ୍ୟାୟ ଅତ୍ୟାଚାର, ଗଣ ମାଧ୍ୟମ ର କଣ୍ଠ ଅବରୋଧ, ଏପରିକି ଚଳଚିତ୍ର ଗାୟକ ସ୍ୱର୍ଗୀୟ କିଶୋର କୁମାରଙ୍କ ଗୀତ ବ୍ୟାନ କରି ଦେବାରୁ ଆକାଶ ବାଣୀ ରେଡ଼ିଓ ରେ କେତେ ବର୍ଷ ଆଉ ତାଙ୍କ କଣ୍ଠ ସ୍ଵର ସୁଭି ନଥିଲା, ସାମାଜିକ କର୍ମି, ବିପକ୍ଷ ରାଜନୈତିକ ବ୍ୟକ୍ତି ବିଶେଷ ଙ୍କୁ ଜେଲ ରେ ଜୋର ଜବରଦସ୍ତି ବନ୍ଦୀ କରି ରଖିବା, ସେତେ ବେଳେ ଏ ସବୁ ଗଣତନ୍ତ୍ର ର ହତ୍ୟା ଥିଲା ବୋଲି ବକ୍ତା ମାନେ ମତ ଦେଇଥିଲେ । ସମ୍ବିଧାନ ଉଲଙ୍ଘନ ଭଳି କଳା କାର୍ଯ୍ୟ କରି ସବୁ ଅନ୍ୟାୟ ଅନୀତି କୁ ଏଡ଼ାଇ ବଳ ପୂର୍ବକ ଦମନ କରାଯାଇ ସତ୍ୟ ର କଣ୍ଠ ଅବରୋଧ କରାଯାଇଥିଲା। ଏପରିକି ନାଗରିକ ଙ୍କ ମୌଳିକ ଅଧିକାର କୁ ମଧ୍ୟ ଦମନ କରାଯାଇ ବଳ ପୂର୍ବକ ପରିବାର ନିୟୋଜନ ଅସ୍ତ୍ରୋପଚାର କରି ଜନସଂଖ୍ୟା ନିୟନ୍ତ୍ରଣ କରାଯାଉ ଥିଲା। ମାନବାଧିକାର ଆଉ କିଛି ନଥିଲା, ଯତ୍ ଦ୍ଵାରା ହଜାର ହଜାର ସଂଖ୍ୟାରେ ନାଗରିକ କଷ୍ଟ ଭୋଗି ଥିଲେ।ଏସବୁ କଳା ଅଧ୍ୟାୟ କୁ ମନେ ପକାଇ ଭାରତୀୟ ଜନତା ପାର୍ଟି ୨୫ ଜୁନ ୧୯୭୫ କୁ କଳାଦିବସ ରୁପେ ଅଭିହିତ କରି ଉପସ୍ଥିତ ବକ୍ତା ମାନେ ତାଙ୍କ ସମ୍ୟକ ଭାଷଣ ରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରି ନିନ୍ଦା କରିଥିଲେ। ଏହି ଦିବସ କୁ ସମ୍ବିଧାନ ର କଳାଦିବସ ରୂପେ ପାଲନ କରି ଭାଜପା ଦେଶ ବ୍ୟାପୀ ସାମ୍ବାଦିକ ସମ୍ମିଳନୀ ଓ ଆଲୋଚନା ଚକ୍ର ଆୟୋଜିତ କରିଛି। ଏ ଅବସର ରେ ପୁର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା, ମୁଖ୍ୟ ବକ୍ତା ରୂପେ ବରିଷ୍ଠ ଓକିଲ ମୂରଲୀଧର ପଣ୍ଡ, ଭାଜପା ଜିଲ୍ଲା ସଭପତି କମଲେସ ଦିକ୍ଷୀତ, ରାଜ୍ୟ କାର୍ଯ୍ଯ କାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ,ବରିଷ୍ଠ ନେତା ସରୋଜ କୁମାର ସାହୁ,ଭାଜପା ଜିଲ୍ଲା ସାଧାରଣ ସଂପାଦକ ତୁଲସ ପଟେଲ, କୋଷାଧ୍ୟକ୍ଷ ସୁଶାନ୍ତ ପତି, ଗୋଲ୍ଡୀ ଅଗ୍ରୱାଲ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡ.ସୋନିଆ ଅଗ୍ରୱାଲ,ମଣ୍ଡଳ ସଭାପତି ଲୋକନାଥ ହୋତା,କୋମନା ମଣ୍ଡଳ ସଭାପତି ଚନ୍ଦନ ଠାକୁର, ଭକ୍ତବନ୍ଧୁ ରଣା, ଶତୃଘନ ସ୍ବାଇଁ, ଗୋବିନ୍ଦ୍ ଦଣ୍ଡସେନା, ସଦାନନ୍ଦ ଯୋଷି ଓ ସନ୍ତୋଷ ସାହୁ ପ୍ରମୁଖ ଯୋଗଦେବା ସହ ବିପୁଳ ସଂଖ୍ୟା ରେ ଭାଜପା କର୍ମୀ ଯୋଗଦେଇଥିଲେ ।

ଜରୁରୀ କାଳୀନ ପରିସ୍ଥିତି ୨୫ ଜୁନ କୁ ମନେ ପକାଇ ଭାଜପା ଦ୍ଵାରା କଳାଦିବସ ପାଳିତ
299