ଭାରତୀୟ ନିର୍ବାଚନ ଆୟୋଗ ପ୍ରେସ ବିଜ୍ଞପ୍ତି

by Maraguda Express
0 comments
ଭାରତୀୟ ନିର୍ବାଚନ ଆୟୋଗ
       ନୂଆପଡ଼ା -୪/୭ (ପ୍ରେସ୍ ବିଜ୍ଞପ୍ତି)
ବିହାର ଏସ.ଆଇ.ଆର ଉତ୍ତମ ଭାବେ କାର୍ଯ୍ୟକାରୀ ହେଉଛି l
ପ୍ରାୟ ୧.୫ କୋଟି ପରିବାରରେ ବି.ଏଲ.ଓଙ୍କ ପ୍ରଥମ ଗସ୍ତ ସମାପ୍ତ l ୮୭ ପ୍ରତିଶତ ଗଣନା ଫର୍ମ ବଣ୍ଟନ କରାଯାଇଛି l ବୁଥ୍ ସ୍ତରୀୟ ଅଧିକାରୀଙ୍କ ପ୍ରଥମ ଗସ୍ତ, ବିହାର ରାଜ୍ୟର ପ୍ରାୟ ୧.୫ କୋଟି ଘରକୁ ଆଜି ସମାପ୍ତ ହୋଇଛି l ୨୪ ଜୁନ୍, ୨୦୨୫ ସୁଦ୍ଧା ପଞ୍ଜୀକୃତ ବିହାରର ମୋଟ ୭,୮୯,୬୯,୮୪୪ (ପ୍ରାୟ ୭.୯୦ କୋଟି) ଭୋଟରଙ୍କ ମଧ୍ୟରୁ ୮୭ ପ୍ରତିଶତରୁ ଅଧିକ ଗଣନା ଫର୍ମ (ଅର୍ଥାତ୍ ୬,୮୬,୧୭,୯୩୨) ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ.ଆଇ. ଆର) କାର୍ଯ୍ୟ ସମୟରେ ବଣ୍ଟନ କରାଯାଇଛି। ବାକି ଘରଗୁଡ଼ିକରେ ତାଲା ପଡ଼ିଛି, କିମ୍ବା ମୃତ ଏବଂ ପ୍ରବାସୀ ଭୋଟରଙ୍କର ହୋଇପାରିଥାଏ । ଯେହେତୁ,ବି.ଏଲ.ଓ ମାନେ ଏହି କାର୍ଯ୍ୟ ସମୟରେ ଭୋଟରଙ୍କ ଘରକୁ ତିନିଥର ପରିଦର୍ଶନ କରିବେ, ଏହି ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ଅଛି।
ଆଂଶିକ ଭାବରେ ପୂରଣ ହୋଇଥିବା ଫର୍ମଗୁଡ଼ିକ ନିର୍ବାଚନ ଆୟୋଗ ପୋର୍ଟାଲ୍ (https:// voters.eci.gov.in) ଏବଂ ଇ.ସି.ଆଇ.ନେଟ ଆପରେ ଡାଉନଲୋଡ୍ ପାଇଁ ଉପଲବ୍ଧ l ଏହା ବ୍ୟତୀତ ପୂରଣ ହୋଇଥିବା ଫର୍ମଗୁଡ଼ିକୁ ଭୋଟର ନିଜେ ଇ.ସି.ଆଇ.ନେଟ ଆପରେ ଅପଲୋଡ୍ କରିପାରିବେ।
ଏହା ବ୍ୟତୀତ, ବିଭିନ୍ନ ରାଜନୈତିକ ଦଳ ଦ୍ୱାରା ନିଯୁକ୍ତ ୧,୫୪,୯୭୭ ବୁଥ୍ ସ୍ତରୀୟ ପ୍ରତିନିଧି ମଧ୍ୟ ଏସ.ଆଇ.ଆର ପ୍ରକ୍ରିୟାରେ ସକ୍ରିୟ ସମର୍ଥନ ପ୍ରଦାନ କରୁଛନ୍ତି। ଜୁଲାଇ ୦୨ ସୁଦ୍ଧା, ବି.ଜେ.ପି ୫୨,୬୮୯, ଆର.ଯେ.ଡି ର ୪୭,୫୦୪, ଯେ.ଡି(ୟୁ) ର ୩୪,୬୬୯, କଂଗ୍ରେସର ୧୬,୫୦୦, ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟିର ୧୯୧୩, ସି.ପି.ଆଇ(ଏମ.ଏଲ)ଏଲ ର ୧୨୭୧, ଲୋକ ଜନ ଶକ୍ତି ପାର୍ଟି (ରାମ ବିଳାସ) ର ୧୧୫୩, ସି.ପି.ଆଇ(ଏମ) ର ୫୭୮, ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ୨୭୦ ଏବଂ ବି.ଏସ.ପି (୭୪), ଏନ.ପି.ପି (୩) ଏବଂ ଏ.ଏ.ଏ.ପି (୧) ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କୁ ନିଯୁକ୍ତ କରିଛନ୍ତି।
ପ୍ରତ୍ୟେକ ବୁଥ୍ ସ୍ତରୀୟ ପ୍ରତିନିଧି ପ୍ରତିଦିନ ୫୦ ଟି ପ୍ରମାଣିତ ଫର୍ମ ଦାଖଲ କରିପାରିବେ। ପ୍ରାୟ ୫ ପ୍ରତିଶତ ଫର୍ମ ପୂରଣ ଏବଂ ଦସ୍ତଖତ ଅର୍ଥାତ୍ ପ୍ରାୟ ୩୮ ଲକ୍ଷ ଫର୍ମ ପୂର୍ବରୁ ବି.ଏଲ.ଓ ଙ୍କ ଦ୍ୱାରା ଗ୍ରହଣ କରାଯାଇଛି l
ଯେଉଁମାନଙ୍କର ଏକମାତ୍ର ମୂଳମନ୍ତ୍ର – ଅନ୍ତର୍ଭୁକ୍ତିକରଣ ସହିତ ଆନ୍ତରିକତା ସହ କାର୍ଯ୍ୟ କରିବା ଏବଂ ଏହା ଉପରେ ନିର୍ବାଚନ ଆୟୋଗ ବାରମ୍ବାର ଗୁରୁତ୍ୱାରୋପ ମଧ୍ୟ କରିଥିଲେ।
ଏସ.ଆଇ.ଆର ଅନୁଯାୟୀ, ୧ ଅଗଷ୍ଟ ୨୦୨୫ ରେ ପ୍ରକାଶିତ ହେବାକୁ ଥିବା ଚିଠା ଭୋଟର ତାଲିକାରେ ନିଜ ନାମ ପାଇବା ପାଇଁ ଜଣେ ଭୋଟର ୨୫ଜୁଲାଇ ୨୦୨୫ ପୂର୍ବରୁ ମୁଦ୍ରିତ ଗଣନା ଫର୍ମ ଦସ୍ତଖତ ଏବଂ ଦାଖଲ କରିବା ଉଚିତ। ଅପଲୋଡ୍ ହୋଇଥିବା ଫର୍ମଗୁଡ଼ିକର ଏକକାଳୀନ ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି। କିଛି ଆଶଙ୍କା ସତ୍ତ୍ୱେ, ଏସ.ଆଇ.ଆର ସୁନିଶ୍ଚିତ କରିବ ଯେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରାଯିବ ବୋଲି। ସଂଲଗ୍ନ କିମ୍ବା ସଂଲଗ୍ନ ନ ଥିବା ଦସ୍ତାବେଜ ଆଧାରରେ, ଦସ୍ତଖତ ଗଣନା ଫର୍ମ ସହିତ ଚିଠା ତାଲିକାରେ ଅନ୍ତର୍ଭୁକ୍ତ ପ୍ରତ୍ୟେକ ନାମର ଯୋଗ୍ୟତା ଯାଞ୍ଚ ସେମାନଙ୍କ ପ୍ରାପ୍ତି ପରେ ନିରନ୍ତର କରାଯିବ। ଚିଠା ଭୋଟର ତାଲିକା ପ୍ରକାଶନ ପରେ ଅଗଷ୍ଟ ୦୨, ୨୦୨୫ ରୁ ଯାଞ୍ଚଜୋରଦାର ଆରମ୍ଭ ହେବ। ପ୍ରକାଶିତ ଭୋଟର ତାଲିକା ଆଧାରରେ, ୨ ଅଗଷ୍ଟ ୨୦୨୫ ପରଠାରୁ କୌଣସି ରାଜନୈତିକ ଦଳ କିମ୍ବା ଜନସାଧାରଣଙ୍କ ଠାରୁ ଦାବି ଏବଂ ଆପତ୍ତି ଗ୍ରହଣ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦,୨୦୨୫ ରେ ପ୍ରକାଶିତ ହେବ। ଏହା ପରେ ଡି.ଏମ୍ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ ଦାଖଲ କରାଯାଇପାରିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha