ନୂଆପଡା ବ୍ଲକ ସ୍ତରୀୟ ନୂତନ ଷ୍ଟାଡିୟମ ନିମନ୍ତେ ଡ଼ୁମେରପାଣି ରେ ଜମି ଚି଼ହ୍ନଟ
ନୂଆପଡ଼ା -୮/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ କ୍ରୀଡାଙ୍ଗନ ନିମିତ୍ତ ଜମି ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥି ପାଇଁ ଡୁମେରପାଣି ଗ୍ରାମରେ ଏକ ପେଚ୍ ରେ ଥିବା ୩୨ ଏକର ସରକାରୀ ଜମି ମଧ୍ୟରୁ ଆବଶ୍ୟକ ଜମି ପ୍ରଦାନ କରାଯିବ ବୋଲି ନୂଆପଡା ତହସିଲଦାର ପ୍ରଣବ ରଞ୍ଜନ ସାହୁ ପ୍ରକାଶ କରିଛନ୍ତି l ସରକାରୀ ନୀତି ନିୟମାନୁସାରେ ଏହା ପ୍ରଦାନ କରାଯିବ l କ୍ରୀଡ଼ାଙ୍ଗନ ନିମିତ୍ତ ୧୫ ରୁ ୧୮ ଏକର ଜମି ଦରକାର ହେଉଥିବାରୁ ତାହା ନିୟମାନୁସାରେ ପ୍ରଦାନ କରିବାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଦାଶଙ୍କୁ କ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ମାନେ ଅନୁରୋଧ କରିଥିଲେ lଉକ୍ତ ଅଞ୍ଚଳକୁ ପରିଦର୍ଶନ କରି ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼େଇଙ୍କୁ ଉକ୍ତ ସ୍ଥାନ ନୂତନ ଷ୍ଟାଡିୟମ ନିର୍ମାଣ ପାଇଁ ଉପଯୁକ୍ତ ହେବ ବୋଲି କହି ବିହିତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ l ଏହାପରେ ତହସିଲଦାର ନୂଆପଡ଼ା, ରାଜସ୍ବ ସୁପରଭାଇଜର ଅରବିନ୍ଦ ଯୋଶୀ,ରାଜସ୍ବ ନିରୀକ୍ଷକ ନୂଆପଡ଼ା, ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉମା ଠାକୁର,ଜିଲ୍ଳା କ୍ରୀଡ଼ା ଅଧିକାରୀଙ୍କ ସହିତ ସରଜମୀନ ତଦନ୍ତ କରି ଏଥିପାଇଁ ସୁପାରିଶ କରିଛନ୍ତି l ଏହି ସମୟରେ ଡ଼ୁମେରପାଣି ଗ୍ରାମର କ୍ରୀଡା ସଂଗଠକ ପ୍ରମୋଦ ସାହୁ ଓ ଗ୍ରାମର କ୍ରୀଡାବିତ, ଯୁବଗୋଷ୍ଠୀ ଓ କ୍ରୀଡା ସଂଗଠକ ମାନେ ଉପସ୍ଥିତ ଥିଲେ l ଏହି ଖବର ଅଞ୍ଚଳରେ ଖୁସିର ମାହୋଲ ସ୍ରୁଷ୍ଟି କରିଛି lକ୍ରୀଡାବିତ୍ ଓ କ୍ରୀଡ଼ାପ୍ରେମୀ ମାନେ ଏହା ଦ୍ୱାରା ଅଞ୍ଚଳରେ କ୍ରୀଡା ର ବିକାଶ ହେବ ବୋଲି ଆଶା ପୋଷଣ କରି ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l
ନୂଆପଡା ବ୍ଲକ ସ୍ତରୀୟ ନୂତନ ଷ୍ଟାଡିୟମ ନିମନ୍ତେ ଡ଼ୁମେରପାଣି ରେ ଜମି ଚି଼ହ୍ନଟ
ନୂଆପଡା ବ୍ଲକ ସ୍ତରୀୟ ନୂତନ ଷ୍ଟାଡିୟମ ନିମନ୍ତେ ଡ଼ୁମେରପାଣି ରେ ଜମି ଚି଼ହ୍ନଟ
367
previous post