
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଦ୍ଵାରା ରାଣୀ ଦୂର୍ଗାବତୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ
ନୂଆପଡ଼ା ୯/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର ପାୱାରତଳା ସର୍କଲ ଅନ୍ତର୍ଗତ ଗ୍ରାମ- ମୁସରଙ୍ଗୀ ଠାରେ (ଗତ ୨୪ ଜୁନ୍ ୨୦୨୫) ଭାରତ ବର୍ଷର ଐତିହାସିକ ଗୋଣ୍ଡୱାନା ସାମ୍ରାଜ୍ୟର ମହାପ୍ରତାପୀ, ଶକ୍ତିଶାଳୀ ବିରଙ୍ଗନା ମହାରାଣୀ ଦୂର୍ଗାବତୀଙ୍କ ୪୬୧ତମ ବଳିଦାନ ଦିବସ ଅବସରରେ ପାୱାରତଳା ସର୍କଲ ସଭାପତି ତିରୁମାଲ ବିଜୟ ଶଙ୍କର ମାଝୀଙ୍କ ଅଧ୍ୟାକ୍ଷତା ରେ ପଞ୍ଚମପୁର ଠାରୁ ମୁସରଙ୍ଗୀ ପର୍ଯ୍ୟନ୍ତ ରାଣୀ ଦୂର୍ଗାବତୀ ଙ୍କ ପ୍ରତିମୂର୍ତ୍ତିଙ୍କୁ ମୋଟର ସାଇକେଲ ଦ୍ୱାରା ଶୋଭା ଯାତ୍ରା ରେ ଅଣାଯାଇଥିଲା l ବିରଙ୍ଗନା ମହାରାଣୀ ଦୁର୍ଗାବତୀଙ୍କ ପ୍ରତିମୂର୍ତ୍ତି ଙ୍କ ସ୍ଥାପନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୋହଦୟ ଙ୍କ କରକମଳରୁ ପ୍ରତିମୂର୍ତ୍ତି ସ୍ଥାପନ ଓ ଉନ୍ମୋଚନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମ୍ମlନିତ ଅତିଥି ରୂପେ ଛତିଶଗଡ ରାଜ୍ୟ ମହାସମୁନ୍ଦ ର ପୂର୍ବତନ ସାଂସଦ ଚୂନ୍ନିଲାଲ ସାହୁ, ତଥା ସମ୍ମାନୀତ ଅତିଥି ରୂପେ ରାଜ୍ୟ ଅଦିବାସୀ କଲ୍ୟାଣ ସଂଘ ର ସଭାପତି ବାଲକୃଷ୍ଣ ଶବର, ଅବସରପ୍ରାପ୍ତ ଇଂ. ତିରୁମାଲ ହୋମସିଂ ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂ ମାଝୀ,ଆମାନାରା ଗ୍ର.ପ. ସରପଞ୍ଚ ଗଙ୍ଗେଶ୍ୱରି ସିହ୍ନl, ସମାଜସେବୀ ତିରୁ. କମଲେଶ ସିଂ ଠାକୁର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋବର୍ଦ୍ଧନ ସାହୁ , ପାୱାରତଳା ସର୍କଲ ଉପଦେଷ୍ଟା ତିରୁ. ଖେଦୁରାମ ମାଝୀ,ପୱାରତଳା ସର୍କଲ ପୂର୍ବତନ ସଭାପତି ତିରୁ. ରାମସିଂ ମାଝୀ, କାର୍ତ୍ତିକେଶ୍ୱର ମଲ୍ଲିକ ଅଦିବାସୀ ସଂଘ ନୂଆପଡା, ବିଶୋରା ସର୍କଲ ସଭାପତି ତିରୁ. ପଦୁମ ମାଝୀ, ଠାକୁରପାଲି ସର୍କଲ ସଭାପତି ତିରୁ. ହେମଦେବ ମାଝୀ, ପାୱାରତଳା ସର୍କଲ ମାତୃଶକ୍ତି ପ୍ରକୋଷ୍ଠ ତିରୁମାୟା ହିରମୋତୀନ ମାଝୀ, ଚୁଲାଭାଟ ସର୍କଲ ମାତୃଶକ୍ତି ପ୍ରକୋଷ୍ଠ ତିରୁମାୟା ଲତା ମାଝୀ, ଓ ଗୋଣ୍ଡୱାନା ସେଵା ସଂଘ ଟ୍ରଷ୍ଟ ନୂଆପଡା ର ସଭାପତି ତିରୁମାଲ ବଜରଙ୍ଗ ମାଝୀ, ଗ୍ରାମର ପ୍ରମୁଖ ଚୈନ ସିଂ ମାଝୀ, ବୁନୁ ମାଝୀ ଏବଂ ସମସ୍ତ ସଭ୍ୟ/ସଭ୍ୟା ଏବଂ ପାୱାରତଳା ସର୍କଲର ସମସ୍ତ ସାମାଜିକ ପଦାଧିକାରୀ,ବିଭିନ୍ନ ଅଞ୍ଚଳ ରୁ ମାତୃଶକ୍ତି/ପିତୃଶକ୍ତି/ଯୁବ/ଯୁବତୀ ଶକ୍ତି ବହୁ ସଂଖ୍ୟା ରେ ଉପସ୍ଥିତ ହୋଇଥିଲେ l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ଚୁନ୍ନିଲାଲା ସାହୁ ଙ୍କୁ ଟ୍ରଷ୍ଟ ତରଫରୁ ସ୍ୱତନ୍ତ୍ର ପ୍ରକୃତି ଚକ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ଆମାନାରା ରାଣୀ ଦୂର୍ଗାବତୀ ସାଂସ୍କୃତିକ ଟିମ ଓ ଧ୍ଵଜାଭଟା ଯୁବତୀ ଶକ୍ତି ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ତିରୁ ପରମେଶ୍ୱର ମାଝୀ ଓ ତିରୁ ଜିରାଖନ ମାଝୀ ସଫଳ ରୂପେ ଉପସ୍ଥାପନ କରି ସୁନ୍ଦର ରୂପେ ସଞ୍ଚାଳନ କରି କରିଥିଲେ l (ବିଳମ୍ୱ ରେ ପ୍ରାପ୍ତ ଖବର)