ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ
ନୂଆପଡା -୧୧/୭ (ସୁରେନ୍ଦ୍ର ତିୱାରୀ)
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ନୂଆପଡ଼ା ଉପ-କାରାଗାର ଠାରେ ସେଠିକାର ଅନ୍ତେବାସୀଙ୍କ ପାଇଁ ଏକ ଧନ୍ଦାମୂଳକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, କାରାଗାର ଅଧ୍ୟକ୍ଷ ବଳରାମ ବିସିମାଝୀ, କାରାଗାର ପରିଦର୍ଶକ ବୋର୍ଡ଼ର ସଦସ୍ୟ ଗଜରାଜ ପାତ୍ର ଏବଂ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ଥିଲେ । ଏହି ଅବସରରେ ଗାୟତ୍ରୀ ଦାତବ୍ୟ ଓ ଏଜୁକେସନାଲ୍ ଟ୍ରଷ୍ଟର ବୈଷୟକ ତାଲିମ ପ୍ରଶିକ୍ଷଣକାରୀ ଅନ୍ତେବାସିଙ୍କୁ ଏଲ୍.ଇ.ଡି ବିଜୁଳି ବତୀ (ବଲବ)ଗୁଡ଼ିକର ନିର୍ମାଣ ପ୍ରକ୍ରିୟାର ତାଲିମ ଦେଇଥିଲେ ଏବଂ କିଛି କଏଦୀ ମାନେ ନୂତନ ବଲବ୍ ନିର୍ମାଣ କରି ପ୍ରଦର୍ଶନ କରିଥିଲେ । କାରାଗାରରେ ଜୀବନ ଅତିବାହିତ କରୁଥିବା ଅନ୍ତେବାସୀମାନେ ଏହି ପ୍ରକାର ଧନ୍ଦାମୂଳକ ତାଲିମ ପ୍ରାପ୍ତକରି ଜେଲରୁ ମୁକୁଳିବା ପରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ତଥା ନିଜର ଜୀବିକା ଅର୍ଜନ କରିବାରେ ସହାୟକ ହେବ ବୋଲି ସଚିବ ନବନୀତା ଦାଶ ପ୍ରକାଶ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ପକ୍ଷ ରୁ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷ ରୁ ଧନ୍ଦାମୂଳକ ପ୍ରଶିକ୍ଷଣ ଶିବିର ଆୟୋଜିତ
108