ସିନାପାଲିରେ ନୂଆଁଖାଇ ଦିନେ ନୂଆଁଖାଇ ଭେଟ ନେଇ ପ୍ରସ୍ତୁତି

ନୂଆପଡ଼ା -୧୪/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଗାମୀ ନୂଆଁଖାଇ ଦିନେ ସାମୁହିକ ନୂଆଁଖାଇ ଭେଟଘାଟ୍ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ଯୁବକଙ୍କ ଉଦ୍ଯମରେ ଗତବର୍ଷ ପ୍ରଥମ କରି ଆରମ୍ଭ ହୋଇଥିବା ଏହି କାର୍ଯ୍ଯକ୍ରମକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଥିବା ବେଳେ ଚଳିତ ବର୍ଷ ଏହାର ପ୍ରସ୍ତୁତି ସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତ୍ରିନାଥ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ସଭାରେ ଗତବର୍ଷର ସମୀକ୍ଷା କରାଯାଇ ଚଳିତ ବର୍ଷ ପାଇଁ ପାଳନ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତିରେ କମିଟିର ସଭାପତି ଭାବରେ ତ୍ରିନାଥ ମେହେର, ଉପସଭାପତି ରଜନି ମାଝୀ, ମନୋରଞ୍ଜନ ମେହେର, ଜୀତେନ୍ଦ୍ର ମେହେର, ସୁଶାନ୍ତ କୁମାର, ଶୈଲେସ ସା, ସଂପାଦକ ଭାବରେ ପ୍ରଭାତ କୁମାର ମେହେର, ସହ-ସଂପାଦକ ସନ୍ତୋଷ ନାୟକ, ନିତିଶ ମେହେର, ସଂଜିବ ଭକ୍ତ, ଅରୁଣ ମେହେର, ସୁନିଲ ମେହେର, ରାଜୁ ମାଝୀ, ମନୋଜ ଜଗତ, ଅନିଲ ମେହେର, ନରେଶ ମାଝୀ ଓ କୋଷାଧ୍ଯକ୍ଷ ଭାବରେ ରଶ୍ମୀ ରଞ୍ଜନ ସାଙ୍କୁ ମନୋନିତ କରାଯାଇଥିଲା । ସେହିଭଳି ସର୍ବବ୍ଯବସ୍ଥା ପ୍ରମୁଖ ଭାବରେ ବେଣୁଧର ମେହେର ଓ ଉପଦେଷ୍ଟାରେ ବୈଶମ୍ପାୟନ ମେହେର, ନୀଳମଣି ମେହେର, ଡମ୍ବରୁଧର ମେହେର, ଶଶିଭୂଷଣ ମାଝୀ, ଗଳାମଣି ସା,ନାରାୟଣ ପାତ୍ର, ନରହରି ମେହେର, ଚନ୍ଦ୍ରଭାନୁ ସୁନାନୀ, ଅଜିତ ଯୋଷୀ, ଅରିଗଞ୍ଜନ ଯୋଷୀ, ନବୀନ ଚନ୍ଦ୍ର ମେହେର, ଈଶ୍ବର ପ୍ରସାଦ ମେହେର, ମୋହନ ଦାସ, ବୈଷ୍ଣବ ମେହେର, ପ୍ରିୟରଞ୍ଜନ ମେହେର, ସୂରଜ କୁମାର ମେହେର, ସୁନିତା ମେହେର, ରୂପେଶ ଚନ୍ଦ୍ର ମେହେର, ଗୌତମ ମେହେର, ହରେଶ ମେହେର ପ୍ରମୁଖ ରହିଛନ୍ତି । ସଭାରେ ଅଞ୍ଚଳର ସମସ୍ତ ବର୍ଗର ବରିଷ୍ଠ ଓ ଯୁବକ ମାନେ ଉପସ୍ଥିତ ରହି କାର୍ଯ୍ଯକ୍ରମର ରୂପରେଖ ବିଷୟରେ ଆଲୋଚନା କରିଥିଲେ । ଶେଷରେ ଶୈଲେସ ସା ଧନ୍ଯବାଦ ଦେଇଥିଲେ ।
ସିନାପାଲିରେ ନୂଆଁଖାଇ ଦିନେ ନୂଆଁଖାଇ ଭେଟ ନେଇ ପ୍ରସ୍ତୁତି
599