ମାଁ ଦ୍ଵାରସନୀ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।
ନୂଆପଡ଼ା -୧୪/୭(ସୁରେନ୍ଦ୍ର ତିୱାରୀ) ବୋଡ଼େନ ବ୍ଲକ ସଦର ମହକୁମା ର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ଵାରସନୀ ଙ୍କ ମନ୍ଦିର କମିଟି ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏ ଅବସର ମାଁ ଙ୍କ ନବ ନିର୍ମିତ ମନ୍ଦିର ର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ରୂପ ରେଖ ଉପରେ ଆଲୋଚନ କରାଯାଇ ଥିଲା ଏବଂ ମନ୍ଦିର କମିଟି ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।
ଉପରୋକ୍ତ ବୈଠକ ରେ ବୋଡେ଼ନ ସମେତ ଚବିଶ ଟିକ୍ରି ର ଶ୍ରଦ୍ଧାଳୁ ଜନତା ଉପସ୍ଥିତ ଥିଲେ l ପାରିଚାଳନା କମିଟିର ସଭାପତି ରୂପେ ରାଜୁସିଂ ମାଝୀ,ଉପ ସଭାପତି ଅନୁର ମାଝୀ,ସମ୍ପାଦକ ସୋଯନେଶ୍ୱର ମଲ୍ଲିକ, ଯୁଗ୍ମ ସମ୍ପାଦକ ଦୁଧିଆ ମାଝୀ, କୋଷାଧ୍ୟକ୍ଷ ମଝିଆ ମାଝୀ ପ୍ରମୁଖ ଙ୍କୁ ଚୟନ କରାଯାଇଛି ।ଉପଦେଷ୍ଟା ଭାବେ ଲମ୍ବୋଦର ନିଆଲ, ରୋହିତ ଦଣ୍ଡସେନା, ରାଜେନ୍ଦ୍ର ସିଂ ନିନା, ଡିଙ୍ଗର ମହାନନ୍ଦ, ଯୋଗୀନ୍ଦ୍ର ମାଝୀ,ପୁସ୍ତମ ନାଗ, ନିଲମ ନାଇକ, ଯୁଗଳ କୈବର୍ତ୍ତ ବାମନ ଚନ୍ଦ୍ର ମାଝୀ, ତୋପ ସିଂ ମାଝୀ, ସୌଦାଗର ସାହୁ, ତୁଲାରାମ ଚିନ୍ଦା ପ୍ରମୁଖ ଙ୍କୁ ଚୟନ କରାଯାଇଛି l ଅନ୍ୟମାନଙ୍କ ମଧ୍ୟରେ କାଶୀରାମ ଦଣ୍ଡସେନା, ରବିରଞ୍ଜନ ପ୍ରଧାନ,ବଳରାମ ଦଣ୍ଡସେନା, ସଞ୍ଜୁ ଅଗ୍ରୱାଲ, ଦେବରାଜ ଦଣ୍ଡସେନା,ମନ ମାଝୀ ସମେତ ଶତାଧିକ ଲୋକଙ୍କର ସମାଗମ ହୋଇଥିଲା l ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ମାଁଙ୍କ ନବ ନିର୍ମିତ ମନ୍ଦିର ର ପ୍ରତିଷ୍ଠା ହେବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି ।
ମାଁ ଦ୍ଵାରସନୀ ମନ୍ଦିର ପ୍ରତିଷ୍ଠା ପ୍ରସ୍ତୁତି ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ।
486
previous post