ନୂଆପଡ଼ା – ୨୯/୮ (ସୁରେନ୍ଦ୍ର ତିୱାରୀ ) ଗୁରୁବାର ସିନାପାଲି ଅଞ୍ଚଳ ରେ ଖୁବ ଉଲ୍ଲାସର ସହ ଗଣପର୍ବ ନୂଆଁଖାଇ ପାଳିତ ହୋଇଛି । ଅଧିକାଂଶ ସ୍ଥାନରେ ନିଜ ବଂଶର ଭାଇ ମାନଙ୍କୁ ନେଇ ଶତାଧିକ ଲୋକ ସାମୂହିକ ନବାନ୍ନ ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ସିନାପାଲିର ପରମ୍ପରା ଅନୁଯାୟୀ ନୂଆଁଖାଇ ସାରି ଅପରାହ୍ଣରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଭଦ୍ର ବ୍ଯକ୍ତି ଓ ଯୁବ ସମାଜ ଏକତ୍ରୀତ ହୋଇ ନଗର ପରିକ୍ରମା ସହ ସହରର ଦେବାଦେବୀ ମନ୍ଦିର ଦର୍ଶନ କରିଥିଲେ ।
ଏହା ପରେ ନେହେରୁ ସ୍ମୃତି ମଣ୍ତପ ଠାରେ ନାଗରିକ କମିଟିର ସଭାପତି ଡମ୍ୱରୁଧର ମେହେରଙ୍କ ଅଧ୍ଯକ୍ଷତାରେ ନୁଆଁଖାଇ ଭେଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏହି ପାରମ୍ପରିକ ନୂଆଁଖାଇ ଭେଟ ଶତାଧିକ ବର୍ଷ ହେଲା ଅନୁଷ୍ଠିତ ହୋଇ ଆସୁଛି । ଏହି ଅବସରରେ ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର, ଚିନ୍ତାମଣି ସାହୁ, ନୀଳମଣି ମେହେର, ନରହରି ମେହେର, ତୁଳସୀରାମ ମେହେର, ମନୋଜ ମେହେର, ପ୍ରିୟରଞ୍ଜନ ମେହେର, ବୁଦ୍ଧଦେବ ମେହେର ପ୍ରମୁଖ ଗଣପର୍ବ ନୂଆଁଖାଇ ଏବଂ ପରବର୍ତ୍ତୀ ଭେଟଘାଟ ସାମାଜିକ ସଂହତି ରକ୍ଷାରେ ସହାୟକ ହୋଇଥାଏ ବୋଲି ନିଜ ବକ୍ତବ୍ଯରେ ମତ ରଖିଥିଲେ ।
ସଭା ଆରମ୍ଭରେ ନବୀନଚନ୍ଦ୍ର ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବୈଷ୍ଣବ ମେହେର ଧନ୍ଯବାଦ ଦେଇଥିଲେ । ଅନ୍ଯମାନଙ୍କ ମଧ୍ଯରେ ନାରାୟଣ ପାତ୍ର, ପୂର୍ଣ୍ଣଚନ୍ଦ୍ର ମେହେର, ଗୋଲାମଣି ସା, ଅରିଗଞ୍ଜନ ଯୋଷୀ, ଟେଣୋ ମେହେର, ବୈଷ୍ଣବ ମେହେର, ସତ୍ଯବ୍ରତ ଗହିର, ଡମ୍ବରୁଧର ମେହେର, ତରୁଣ କୁମାର ମେହେର, ଅମିତ ଜୈନ, ଭରତ ବାଗ, ଲୋକନାଥ ମେହେର, ଲକ୍ଷ୍ମୀଧର ମେହେର, ମନୋଜ ଜୈନ, ହୄଦାନନ୍ଦ ମେହେର, ମୁରଳୀଧର ସା, ଆଦିତ୍ଯ ଯୋଷୀ, ରୂପେଶଚନ୍ଦ୍ର ମେହେର, ରବୀନ୍ଦ୍ର ସା, ଶିବ ପ୍ରସାଦ ମେହେର, ଗଣପତି ମେହେର, ନିଲାଞ୍ଚଳ ମେହେର, ପ୍ରସନ୍ନ ସାହୁ, ଗୌତମ ମେହେର, ଗୋବର୍ଦ୍ଧନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।


ପାରମ୍ପରିକ ରୀତିରେ ସିନାପାଲିରେ ନୂଆଁଖାଇ ଭେଟ ଅନୁଷ୍ଠିତ
76
previous post