
ନୂଆପଡା -୧୨/୯ (ସୁରେନ୍ଦ୍ର ତିୱାରୀ)
ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନ ର ମାସିକ ସମୀକ୍ଷା ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ବିଗତ ଦିନର କାର୍ଯ୍ୟକ୍ରମ ସମୀକ୍ଷା କରିବା ସହ ଆଗାମୀ କାର୍ଯ୍ୟାବଳୀ ସଫଳ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମୀକ୍ଷାରୁ ଜଣା ଗଲାଯେ ଜିଲ୍ଲାରେ ୨୦୦୦୦ ସମ୍ଭାବ୍ୟ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରହିଛି ।ଏଥିରୁ ଅଗଷ୍ଟ ସୁଦ୍ଧା ୧୬୫୧୧ ଜଣ ଲକ୍ଷପତି ଦିଦି ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ୮୯୪୨ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ରହିଛନ୍ତି l ୯୭୭ ଟି କ୍ଲଷ୍ଟର ଲେବେଲ୍ ଏବଂ ୧୩୧ ଟି ଜି ପି ଲେବେଲ୍ ଫେଡେରେସନ ରହିଛି l ୩୮୫୨୫ ଜଣଙ୍କ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଏବଂ ୪୩୧୦୩ ଜଣଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ନବୀକରଣ ହୋଇଛି l ଜିଲ୍ଲାରେ ୧୨୯୨ ଜଣ ମହିଳା “ଉଦ୍ୟୋଗୀ ଯୋଜନାରେ” ଏକ ଲକ୍ଷ ଲେଖାଏଁ ଋଣ ପାଇବେ l ଜିଲ୍ଲାରେ ୫୧ ଟି ମିଶନ୍ ଶକ୍ତି ରିଟେଲ ମାର୍କେଟ ଖୋଲିଛି l ଆଗାମୀ ଦିନରେ ୩୫ ଟି ଜି ପି ଏଲ୍ ଏଫ୍ ଗୃହ ଓ ୧୫୪ ଟି ମିଶନ୍ ଶକ୍ତି ଗୃହ ନିର୍ମିତ ହେବ। ଏହି ସବୁ ସୁବିଧା ପ୍ରଦାନ ନିଶ୍ଚିତ ଭାବରେ ମହିଳା ମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବ ବୋଲି ଜିଲ୍ଲାପାଳ ଆଶା ପୋଷଣ କରିଥିଲେ l ବୈଠକରେ ପ୍ରବାସୀ ଶ୍ରମିକ ମାନଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହୋଇଥିଲାl ଅଗଷ୍ଟ ସୁଦ୍ଧା ୨୫୧୨ ଟି ପ୍ରବାସୀ ଶ୍ରମିକ ଫେରନ୍ତା ପରିବାରକୁ ଚିହ୍ନଟ କରି ୪ କୋଟି ୫୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଜିଲ୍ଲାପାଳ କହିଲେ ଯେ ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କ ପରିବାରକୁ ଅତି ଶୀଘ୍ର ସର୍ଭେ କରି ସେମାନଙ୍କୁ ମିଶନ ଶକ୍ତି ,ଓଡ଼ିଶା ଜୀବିକା ମିଶନ ଓ ବିଭିନ୍ନ ଲାଇନ୍ ବିଭାଗ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ । ପଞ୍ଚାଯତ ସ୍ତରରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସମସ୍ତଙ୍କୁ ନିଜ ଘର ନିକଟରେ କାମ ଯୋଗାଇ ଦିଆଯିବ l ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ସମାଜ କଲ୍ୟାଣ ଅଧିକାରୀ,ଜିଲ୍ଲା ସଂଯୋଜକ ମିଶନଶକ୍ତି, ଲିଡ୍ ବ୍ୟାଙ୍କ ମ୍ୟାନେଜର ଓ ବିଭିନ୍ନ ବ୍ଲକର ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।